ଖାଲି ପାଦରେ ବଡ ପଦକ: ରେଡ୍ କାର୍ପେଟରେ ବଡ ହୃଦୟର ବ୍ୟକ୍ତିଙ୍କୁ ଦେଖିଲା ଭାରତ

113

କନକ ବ୍ୟୁରୋ: ରେଡ୍ କାର୍ପେଟରେ ବଡ ହୃଦୟର ବ୍ୟକ୍ତି । ସେ ହେଉଛନ୍ତି ତୁଳସୀ ଗୌଡ଼ା । ଦିନ ଏମିତି ଖାଲି ପାଦରେ ଧାଇଁ ଧାଇଁ କର୍ଣ୍ଣାଟକରେ ୩୦ ହଜାର ଗଛ ଲଗାଇ ତିଆରି କରିଛନ୍ତି ଜଙ୍ଗଲ । ଆଉ ସେଇଥିପାଇଁ ରେଡ୍ କାର୍ପେଟରେ ଆସି ସାରା ଦେଶକୁ ଚମକାଇ ଦେଇଛନ୍ତି । ସେହିପରି ରେଡ୍ କାର୍ପେଟରେ କମଳା ବିକାଳି ହରେକଳା ହଜବା ଏବଂ ରହିବାଇ ପୋପୋରେଙ୍କ ଉପସ୍ଥିତି ସମସ୍ତଙ୍କୁ ଚମକାଇ ଦେଇଛି ।

କର୍ଣ୍ଣାଟକର କମଳା ବିକାଳି ହରେକଳା ହଜବା ନିଜେ ନିରକ୍ଷର କିନ୍ତୁ ଏବେ ନିରକ୍ଷର ରହିବାର ମୂଲ୍ୟ କଣ ବୁଝିଛନ୍ତି । ଫଳ ବିକି ପରିବାର ପ୍ରତିପୋଷଣ କରିବା ସହିତ ନିଜ ଗାଁର ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କରି ତିଆରି କରିଛନ୍ତି ସ୍କୁଲ୍ । ଆଉ ଏହି ଭଳି କିଛି ଅସାଧାରଣ କାମଟିଏ କରିଛନ୍ତି ରହିବାଇ ପୋପୋରେ । ମହାରାଷ୍ଟର ଗୋଟିଏ ଛୋଟିଆ ଗାଁରେ ରହୁଥିବା ଏହି ଆଦିବାସୀ ମହିଳାଙ୍କର କୃଷି କ୍ଷେତ୍ରରେ ଉନ୍ନତୀ ପାଇଁ ରହଛି ଅନେକ ଅବଦାନ ।

ସବୁଠୁ ବଡ କଥା ହେଲା ଏହି ତିନି ଜଣ ନିଜ ନିଜ ଶ÷÷ଳୀରେ ତିଆରି କରିଛନ୍ତି ନିଜସ୍ୱ ପରିଚୟ । କୌଣସି ପଇସା ରୋଜଗାର କରି ବଡ ଲୋକ ହେବାର ନିଶା ନୁହଁ ବରଂ ସମାଜ ସୁଧାର ଦିଗରେ କରିଛନ୍ତି ନିରନ୍ତର ପ୍ରୟାସ । ଯଦି ନିଜସ୍ୱ ସ୍ୱାର୍ଥ ଦେଖିଥାନ୍ତେ ତାହେଲେ ହୁଏତ ଏମାନେ ଆଜି ଏହି ସ୍ଥାନରେ ପହଂଚିପାରିଥାନ୍ତେ କି ନାହିଁ ତାହା ପରର କଥା । କିନ୍ତୁ ନିଜ ନିଶା ଏବଂ ଉଦ୍ୟମ ପାଇଁ ଅନେକଙ୍କ ପାଇଁ ପାଲଟିଛନ୍ତି ରାହା । ସେହିପରି ଓଡିଶାର ସୁଦର୍ଶନ ସାହୁଙ୍କୁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଛି ଅନ୍ୟ ୫ ଜଣ ଶାନ୍ତି ଦେବୀ, ପୁର୍ଣ୍ଣମଶୀ ଜାନିି, ରଜତ କୁମାର କର, କ୍ରିଷ୍ଣା ମୋହନ ଏବଂ ନନ୍ଦ ପୃଷ୍ଟି ପୁଦ୍ମ ସମ୍ମାନରେ ସମ୍ନାନୀତ ହୋଇଛନ୍ତି ।