କନକ ବ୍ୟୁରୋ: ରାଜ୍ୟରେ ଫେବ୍ରୁଆରୀ ୧ ତାରିଖରୁ ଖୋଲିବ ସମସ୍ତ ଅଙ୍ଗନୱାଡି କେନ୍ଦ୍ର । କଟକଣାକୁ ମାନି ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି ସରକାର । ସୁପ୍ରିକୋର୍ଟଙ୍କ ନିଷ୍ପତ୍ତିକୁ ମାନି ରାଜ୍ୟରେ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବା ନେଇ ଡ଼ାଟା ବେସ୍ ପ୍ରସ୍ତୁତ ହୋଇଛି । ଏନେଇ ନୂଆ ଏସଓପି ଜାରି କରାଯାଇଛି ।
ଅଙ୍ଗନବାଡ଼ି କେନ୍ଦ୍ରକୁ ସାନିଟାଇଜ କରାଯିବା ସହ ୬ ଫୁଟ ବ୍ୟବଧାନରେ ପିଲା ବସିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ୨ ଘଂଟା ପାଇଁ ସକାଳ ୯ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଅଙ୍ଗନୱାଡି କେନ୍ଦ୍ରକୁ ଆସିବେ ପିଲାମାନେ । ସେଠାରେ ତାଙ୍କୁ ସନ୍ତୁଳିତ ଖାଦ୍ୟ ଦିଆଯିବା ନେଇ କହିଛନ୍ତି ପରିବାର ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/32-19.jpg)