କନକ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା । ଶାହାଙ୍କ ‘ଟୁକଡେ ଟୁକଡେ’ ଗ୍ୟାଙ୍ଗକୁ ନେଇ ଟାର୍ଗେଟ କରିଛନ୍ତି ପୂର୍ବତନ ବିଜେପି ନେତା । ସିହ୍ନା ଟୁଇଟ କରି ଲେଖିଛନ୍ତି, “ଭାରତର ସବୁଠୁ ବିପଦଜନକ ଟୁକଡେ ଟୁକଡେ ଗ୍ୟାଙ୍ଗରେ କେବଳ ଦୁଇ ଜଣ ରହିଛନ୍ତି । ଦୁର୍ଯ୍ୟୋଧନ ଓ ଦୁଃଶାସନ । ଆଉ ସେମାନେ ବିଜେପିରେ ଅଛନ୍ତି, ତାଙ୍କ ପ୍ରତି ସତର୍କ ରହୁନ୍ତୁ ।” ଏଠାରେ ସୂଚନା ଯୋଗ୍ୟ ସିଏଏ ବିରୋଧୀ ହିଂସା ପାଇଁ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଥିଲେ ଅମିତ ଶାହ ।
The most dangerous tukde tukde gang in India consists of only two people, Duryodhan and Dusshashan. They are both in BJP. Beware of them.
— Yashwant Sinha (@YashwantSinha) December 27, 2019
ଗୁରୁବାର ଦିଲ୍ଲୀର ଏକ ରାଲିରେ କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ “ଦିଲ୍ଲୀର ଟୁକଡେ ଟୁକଡେ ଗ୍ୟାଙ୍ଗକୁ ଉଚିତ ଶିକ୍ଷା ଦେବା ଆବଶ୍ୟକ । କଂଗ୍ରେସ ନେତୃତ୍ୱରେ ଟୁକଡେ ଟୁକଡେ ଗ୍ୟାଙ୍ଗ ଦିଲ୍ଲୀରେ ଅରାଜକତା ପାଇଁ ଦାୟୀ । ତାଙ୍କୁ ଦଣ୍ଡ ଦେବାର ସମୟ ଆସିଛି” । ଦିଲ୍ଲୀର ଜନତା ଟୁକଡେ ଟୁକେଡ ଗ୍ୟାଙ୍ଗକୁ ଦଣ୍ଡ ଦେବା ଉଚିତ ବୋଲି ସମାରୋହରେ କହିଥିଲେ ଅମିତ ଶାହା । ତେବେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଏହି ବୟାନକୁ ନେଇ ବରିଷ୍ଠ ନେତା ଯଶୱନ୍ତ ସିହ୍ନା ଟୁଇଟ କରି ବିଜେପିର ଦୁଇ ଶ୍ରେଷ୍ଠ ନେତାଙ୍କୁ ଟାର୍ଗେଟ କରିଛନ୍ତି ।