କରୋନାଠାରୁ ବି ଭୟଙ୍କର ଏହି ରୋଗ? ବର୍ଷକୁ ୧.୫ ମିଲିୟନ ଲୋକଙ୍କ ନେଉଛି ଜୀବନ, ଜାଣନ୍ତୁ ମହାମାରୀ ରୋଗର ନା କଣ ?

629

କନକ ବ୍ୟୁରୋ : କେବଳ କରୋନା ନୁହେଁ ବରଂ ବିଶ୍ୱରେ ଏମିତି ଏକ ରୋଗ ସାମ୍ନାକୁ ଆସିଛି ଯାହା ବର୍ଷକୁ ପାଖାପାଖି  ୧.୫ ମିଲିୟମ ଲୋକଙ୍କ ପ୍ରାଣ ନେଉଛି । ଯାହାକୁ ନେଇ ସାରା ବିଶ୍ୱ ଚିନ୍ତାରେ ଅଛି । ପ୍ରତିବର୍ଷ ଏହି ଘାତକ ମାରାତ୍ମକ ରୋଗ ଏମିତି ଭାବରେ ନିଜର କାୟା ବିସ୍ତାର କରୁଛି ଯେ, ହଜାର ହଜାର ନୁହେଁ ବରଂ ଲକ୍ଷାଧିକ ଲୋକଙ୍କୁ ମୃତ୍ୟୁ ମୁଖରେ ପକାଉଛି । କହିବାକୁ ଗଲେ କରୋନା ପରି ବଡ ଭୟଙ୍କର ଏହି ରୋଗ । ଏପରି ଏକ ବିପଦପୂର୍ଣ୍ଣ ଓ ଭୟଙ୍କର ରୋଗ ଅଛି ଯାହାକି ବିଶ୍ୱରେ ଦୃତ ଗତିରେ ବ୍ୟାପିବାରେ ଲାଗିଛି ।

କରୋନା ଠାରୁ ଭୟଙ୍କର କି ଏହି ରୋଗ ?

ବର୍ଷକୁ ୧.୫ ମିଲିୟନ ଲୋକଙ୍କ ନେଉଛି ଜୀବନ

ସାରା ବିଶ୍ୱକୁ ଗ୍ରାସ କରିଛି ଯକ୍ଷ୍ମା

ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ନେଉଛି ଜୀବନ

ବିଶ୍ୱରେ ଏମିକି କୌଣସି ଦେଶ ନାହିଁ ଯେଉଁ ଦେଶକୁ ଏହି ରୋଗ ଛୁଇଁନାହିଁ ବୋଲି କହିହେବ ନାହିଁ । ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ ପ୍ରତିବର୍ଷ ମହାମାରୀ ଯକ୍ଷ୍ମା କାରଣରୁ ବିଶ୍ୱରେ ଲକ୍ଷାଧିକ ଲୋକଙ୍କ ଯାଉଛି ଜୀବନ । ଏମିତିକି ଏହି ରୋଗରେ ପ୍ରତିବର୍ଷ ବିଶ୍ୱରେ ଅଧିକ ଲୋକଙ୍କ ଯାଇଥାଏ ଜୀବନ ।

କଣ ରହିଛି ଯକ୍ଷ୍ମା ରୋଗର ଲକ୍ଷଣ ? 

ଯକ୍ଷ୍ମାର ଲକ୍ଷଣ ମଧ୍ୟରେ ରକ୍ତ ସ୍ପୁଟମ ସହିତ କ୍ରିନିକ କାଶ, ଜ୍ୱର ଓ ଓଜନ ବୃଦ୍ଧି ପ୍ରମୁଖ । ଏହା ବ୍ୟତିତ ଶ୍ୱାସ ନେବାରେ ଅସୁବିଧା ଏହାର ପ୍ରମୁଖ ଲକ୍ଷଣ । ବାସ୍ତବରେ ଅତ୍ୟଧିକ କାଶ ପାଇଁ ରୋଗୀକୁ  ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ତେଣୁ ସାଧାରଣ ଭାବରେ ଡାକ୍ତରମାନେ କୁହନ୍ତି କି ଯଦି ଆପଣଙ୍କୁ ୨ ସପ୍ତାହରୁ ଅଧିକ ସମୟ ଧରି କାଶ ହେଉଛି ତେବେ ଯକ୍ଷ୍ମା ପରୀକ୍ଷା କରାଇବାକୁ ହିଁ ପଡିବ ।

କେମିତି ବ୍ୟାପେ ଯକ୍ଷ୍ମା ?

ଯକ୍ଷ୍ମା ଭୂତାଣୁ କରୋନା ଭୀତାଣୁ ପରି ଦ୍ରୁତ ଗତିରେ ବ୍ୟାପିଥାଏ । ଯକ୍ଷ୍ମା ସଂକ୍ରମିତ ରୋଗୀମାନେ କାଶ, ଛିଙ୍କିବା କିମ୍ବା କୌଣସି ପ୍ରକାରେ ସେମାନଙ୍କ ଲାଳକୁ ବାୟୁ ମାଧ୍ୟମରେ ବିସ୍ତାର କଲେ ତାହା ସାଙ୍ଗେ ସାଙ୍ଗେ ବ୍ୟାପିଥାଏ । ତେଣୁ ଯକ୍ଷ୍ମା ରୋଗୀଙ୍କୁ ପ୍ରାୟତଃ ଅଲଗା ରଖାଯାଏ ।

ରିପୋର୍ଟ ଅନୁଯାୟୀ, ଭାରତରେ ୨୭ ପ୍ରତିଶତ  ଯକ୍ଷ୍ମା ରୋଗୀ ଅଛନ୍ତି। କରୋନା ଆରମ୍ଭ ହେବା ପୂର୍ବରୁ ଏହି ରୋଗରେ ପୀଡିତ ରୋଗୀଙ୍କୁ ବହୁ ପରିମାଣରେ ଚିକିତ୍ସା କରିବା ସମ୍ଭବ ହୋଇଥିଲା, କିନ୍ତୁ କରୋନା ଜୀବାଣୁ ହେତୁ ଯକ୍ଷ୍ମା ରୋଗୀଙ୍କ ନିରାକରଣ ୭୫ ପ୍ରତିଶତ ହ୍ରାସ ପାଇଛି। କରୋନା ଜୀବାଣୁ ଏବଂ ଚିକିତ୍ସା ଅଭାବରୁ ଆସନ୍ତା ୧୦ ମାସ ମଧ୍ୟରେ ପ୍ରାୟ ୬୩  ଲକ୍ଷ ଯକ୍ଷ୍ମା ରୋଗ ରିପୋର୍ଟ ହେବ ବୋଲି ଜଣାପଡିଛି ଏବଂ ଏହି ୧୪ ଲକ୍ଷ ଲୋକଙ୍କ ମଧ୍ୟରୁ ମୃତ୍ୟୁ ହେବାର ଆଶଙ୍କା ରହିଛି।

ଯକ୍ଷ୍ମା ବ୍ୟତୀତ ମ୍ୟାଲେରିଆ ଏବଂ ଏଚ୍.ଆଇ.ଭି ଭଳି ରୋଗ ମଧ୍ୟ ଅତ୍ୟନ୍ତ ବିପଜ୍ଜନକ ଏବଂ ସାଂଘାତିକ। ଏକ ରିପୋର୍ଟ ଅନୁଯାୟୀ, ଯଦି ଆସନ୍ତା ମାସ ପାଇଁ ଏଚ୍.ଆଇ.ଭି ରୋଗୀଙ୍କୁ ଆଣ୍ଟିଭାଇରାଲ୍ ଥେରାପି ଦିଆଯାଏ ନାହିଁ, ତେବେ ପ୍ରାୟ ପାଞ୍ଚ ଲକ୍ଷ ଲୋକ ପ୍ରାଣ ହରାଇବେ ।