ରାଜଧାନୀର ପ୍ରମୁଖ ବଜାର ମାର୍କେଟ ବିଲ୍ଡିଂ ଖାଁ ଖାଁ : ଦେକାନ ବଜାର ବନ୍ଦ

ରାଜଧାନୀର ପ୍ରମୁଖ ବଜାର ମାର୍କେଟ ବିଲ୍ଡିଂ ଖାଁ ଖାଁ : ଦେକାନ ବଜାର ବନ୍ଦ

କନକ ବ୍ୟୁରୋ : ରାଜଧାନୀର ପ୍ରମୁଖ ବଜାର ମାର୍କେଟ ବିଲ୍ଡିଂକୁ ସିଲ୍ କରିଛି ବିଏମସି । ଗତକାଲି କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ମାର୍କେଟ ବିଲ୍ଡିଂକୁ ୪୮ ଘଂଟା ପାଇଁ ସିଲ କରାଯାଇଛି । ଭୁବନେଶ୍ୱରରେ ସଂକ୍ରମଣ ବଢିବା ପରେ ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଥିଲା । କମିଶନରେଟ୍ ପୁଲିସ ଓ ବିଏମସିର ସ୍ପେଶାଲ ଟିମ୍ ଏହି ଚଢାଉ କରି ପ୍ରଶାସନ ବାର୍ତା ଦେଇଛି, ଯେ କରୋନା କଟକଣା ନମାନିଲେ କଡା ପଦକ୍ଷେପ ନିଆଯିବ ।

ସେହିପରି ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ଜେଡ୍‌ଡିସି ରବି ନାରାୟଣ ଜେଠୀଙ୍କ ନେତୃତ୍ବରେ ରେଣ୍ଟାଲ ଛକ ସ୍ଥିତ ଆମିଷ ମାର୍କେଟ୍, ନୂଆପଲ୍ଲୀସ୍ଥିତ ଆଇଡି ମାର୍କେଟରେ ୧୨ଟି ରାସ୍ତାକଡ଼ ଖାଦ୍ୟ ଦୋକାନ, ବରମୁଣ୍ଡା ରୁଚିକା ମାର୍କେଟରେ ଗୋଟିଏ ଫଳ ଦୋକାନ, ଏବଂ କିଛି ରାସ୍ତା କଡ଼ ଦୋକାନକୁ ସିଲ୍‌ କରାଯାଇଛି । ଉତ୍ତର ଜୋନ୍ ଜୋନାଲ ଡେପୁଟି କମିସନର ପୁରନ୍ଦର ନନ୍ଦଙ୍କ ନେତୃତ୍ବରେ ଗଠନ ହୋଇଥିବା ସ୍କ୍ବାଡ୍‌ ଭିଏସ୍‌ଏସ୍‌ ନଗର ହାଟ ସମେତ ଡମଣା ଛକ ଓ ପଟିଆ ଛକରେ ୬ଟି ରାସ୍ତା କଡ଼ ଦୋକାନକୁ ସିଲ୍‌ କରିଛି । ଏହି ସବୁ ଦୋକାନ ବଜାରରେ ପ୍ରବଳ ଭିଡ଼ ହେବା ସହ ସାମାଜିକ ଦୂରତା ନିୟମ ଉଲ୍ଲଂଘନ ହେବାରୁ ସିଲ୍‌ ହୋଇଥିବା କୁହାଯାଇଛି ।

ଅପରପକ୍ଷେ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ, ଆମେ କୌଣସି ଦୋକାନ ବଜାର ସିଲ୍‌ କରିବାକୁ ଚାହୁଁନୁ । କିନ୍ତୁ ଅଧିକାଂଶ ସ୍ଥାନରେ ଲୋକ ନିୟମ ମାନୁନଥିବାରୁ ସ୍ଥିତି ଅଣାୟତ୍ତ ହୋଇଯାଉଛି । ଯେଉଁଠି ନିୟମ ମାନିବେନି ସେଠାରେ ସିଲ୍‌ କରାଯିବ। ଆଗକୁ ଏହା ବ୍ୟାପକ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe