ଭାରତୀୟ ରେଳବାଇ ତରଫରୁ ଦୁର୍ନୀତିମୁକ୍ତ କରିବା ପାଇଁ ବଡ ପଦକ୍ଷେପ ନେଇଛନ୍ତି । ଚଳନ୍ତା ଟ୍ରେନରେ କନଫର୍ମ ଟିକେଟ୍ ଦେବା ନାଁରେ ଟିଟିଇ କିମ୍ବା ଅନ୍ୟ କୌଣସି ରେଳ କର୍ମଚାରୀ ଯଦି ଆପଣଙ୍କୁ ଲାଞ୍ଚ ମାଗୁଛନ୍ତି ତେବେ ଆପଣଙ୍କ ଗୋଟିଏ କଲ୍ ଭାରତୀୟ ରେଳବାଇକୁ କରିବାକୁ ପଡିବ । କେବଳ ଏତିକି ନୁହଁ ଯଦି କିଛି ଜାଲିଯାତି କିମ୍ବା ଚୋରୀ ବିଷୟରେ ଜଣାପଡିଲେ ମଧ୍ୟ ଆପଣ ଏନେଇ ଭାରତୀୟ ରେଳବାଇରେ ଅଭିଯୋଗ କରିପାରିବେ । ଏଥିପାଇଁ ଭାରତୀୟ ରେଳବାଇ ଏକ ନମ୍ବର ଜାରୀ କରିଛନ୍ତି । ତେବେ ଆସନ୍ତୁ ଏହି ନମ୍ବର ବିଷୟରେ ଜାଣିବା ।
ରେଳବାଇରେ ୧୫୫୨୧୦ ରେ ଫୋନ୍ କରି ଆପଣ ନିଜ ଅଭିଯୋଗ ଦାୟର କରିପାରିବେ । ଏଥିରେ ଆପଣ ଭାରତୀୟ ରେଳବାଇକୁ ଫୋନ୍ କରି ୨୪ ଘଣ୍ଟା ମଧ୍ୟରେ ଅଭିଯୋଗ କରିପାରିବେ ।
ୱେବ୍ ପୋର୍ଟାଲ୍ : ଅଭିଯୋଗକାରୀ ଭାରତୀୟ ରେଳବାଇର ୱେବ୍ ପୋର୍ଟାଲ୍ http://www.coms.indianrailways.gov.in ରେ ଅଭିଯୋଗ କରିପାରିବେ ।
ଇଣ୍ଡିଆନ୍ ରେଲୱେ ଆପ୍ ରେ କରିପାରିବେ ଅଭିଯୋଗ : ଗୁଗୁଲ୍ ପ୍ଲେ ଷ୍ଟୋରରୁ ଇଣ୍ଡିଆନ୍ ରେଲୱେ ସିଓଏମଏସ୍ ମୋବାଇଲ୍ ଆପ୍ ଡାଉନଲୋଡ୍ କରି ମଧ୍ୟ ଆପଣ ଅଭିଯୋଗ କରିପାରିବେ । ଅନେକ ସମୟରେ ଟିଟିଇ ଅତିରିକ୍ତ ଟଙ୍କା ନେଇ ଯାତ୍ରୀଙ୍କୁ ସ୍ଲିପର୍ କୋଚରେ ବସାଇଥାନ୍ତି । ଯଦି କୌଣସି ଯାତ୍ରୀ ଭୁଲବଶତଃ ସ୍ଲିପର କୋଚରେ ବସିଗଲା ତାକୁ ଅବୈଧ ରୁପରେ ଟଙ୍କା ଆଦାୟ କରନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/CALL.jpg)
/kanak/media/post_attachments/wp-content/uploads/2018/12/blog7-300x148.jpg)
/kanak/media/post_attachments/wp-content/uploads/2018/12/sms-300x200.jpg)