ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଟିଏସଜି ଗୁରୁକୁଳର ସଫଳତା । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ ।

129

କନକ ବ୍ୟୁରୋ : ଚଳିତବର୍ଷ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଯେଉଁଥିରେ ଓଡ଼ିଶାରେ ସମ୍ପୂର୍ଣ୍ଣ ଅନନ୍ୟ ଆବାସିକ ବିଦ୍ୟାଳୟ ଟିଏସଜି ଗୁରୁକୁଳର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଦଶମ ଶ୍ରେଣୀ ପରୀକ୍ଷାରେ ୨୦ ଜଣ ଏବହ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୨୪ ଜଣ ୯୦%ରୁ ଉଦ୍ଧ୍ୱର୍ ନମ୍ବର ରଖିଥିବା ବେଳେ ଦଶମ ଶ୍ରେଣୀର କୁମାର ସ୍ମୃତି ରଞ୍ଜନ ଘୋଷ ଏବଂ ଦ୍ୱାଦଶ ଶ୍ରେଣୀର କୁମାରୀ ଆଦ୍ୟାଶା ମହାନ୍ତି ଉଭୟ ଯଥାକ୍ରମେ ୯୭% ନମ୍ବର ରଖି ସ୍କୁଲର ଟପ୍ପର ହୋଇଛନ୍ତି । ଏତଦବ୍ୟତୀତ ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟର ଗୌରବ ମଣ୍ଡନ କରିଛନ୍ତି । ଏଥିପାଇଁ ଅନୁଷ୍ଠାନର ମୁଖ୍ୟ ତଃ ସାରଦା ପ୍ରସାଦ ମିଶ୍ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।