ରାଜଧାନୀ ହତ୍ୟାକାଣ୍ଡର ସାଂଘାତିକ ସତ । ଭିଡିଓ କଲ୍ କରି ହତ୍ୟା ବାବଦରେ ସ୍ୱାମୀଙ୍କୁ ଖବର ଦେଇଥିଲା ହତ୍ୟାକାରୀ, ପୁଲିସ ଆଗରେ ସତ ମାନିଲା ଅଭିଯୁକ୍ତ ।

2,583

କନକ ବ୍ୟୁରୋ : ରାଜଧାନୀର ହତ୍ୟାକାଣ୍ଡର ଖୁଲାସା ହୋଇଥିଲା ଯେତେବେଳେ ଏକ ଅଜଣା ନମ୍ବରରୁ ପ୍ରିୟଦର୍ଶିନୀଙ୍କ ସ୍ୱାମୀ ରାକେଶ ସାହୁଙ୍କ ନିକଟକୁ ଆସିଥିଲା ହ୍ୱାଟସଅପ ଭିଡିଓ କଲ୍, ଯେଉଁଥିରେ ରକ୍ତ ଜୁଡୁବୁଡୁ ନିଜ ସ୍ତ୍ରୀର ମୃତଦେହ ଦେଖି ବ୍ୟତିବ୍ୟସ୍ତ ହୋଇ ଉଠିଥିଲେ ରାକେଶ, ଆଉ ତୁରନ୍ତ ଘର ମାଲିକ ଓ ପୁଲିସକୁ ଫୋନ କରି ଅବଗତ କରାଇଥିଲେ । ଘଟଣାସ୍ଥଳର ସାମଗ୍ରିକ ଚିତ୍ର ଓ ମିଳିଥିବା ନୋଟ କହୁଥିଲା କିଭଳି ଏକ ବୀଭତ୍ସ ହତ୍ୟକାଣ୍ଡର ସ୍କ୍ରିପ୍ଟ ଧରି ଅଭିଯୁକ୍ତ ଜଗନ୍ନାଥ ଆସିଥିଲା ଭୁବନେଶ୍ୱରର ଭୀମଟାଙ୍ଗୀ । ଉଭୟ ମାଆ ଓ ପୁଅକୁ ହତ୍ୟା କରି ଆତ୍ମହତ୍ୟା କରିବାର ମସୁଧା କରିଥିଲା, ହେଲେ ସଂଯୋଗବଶତଃ ପୁଅଟି ବର୍ତ୍ତିଯାଇଥିଲେ ।

ହତ୍ୟାକାଣ୍ଡର ଚିତ୍ର ଯେତେ ବିଭତ୍ସ ଥିଲା, ହତ୍ୟା ପଛର କାହାଣୀ ଥିଲା ସେତେ ଅମାନୁଷିକ । ହତ୍ୟାକାରୀର କାଣ୍ଡ କେତେ ବିଭତ୍ସ ଥିଲା, ହତ୍ୟା କରିବା ପରେ ଭିଡିଓ କଲ୍ କରି ସ୍ୱାମୀ ରାକେଶ ସାହୁଙ୍କ ପାଖକୁ ହତ୍ୟାର ଚିତ୍ର ଦେଖାଇଥିଲା ।
ଭିଡିଓ କଲ୍ରେ ଆସିଥିଲା ମୃତ୍ୟୁର ଖବର । ଭିଡିଓ କଲରେ ସ୍ୱାମୀ ଦେଖିଥିଲେ ମୃତଦେହ । ହତ୍ୟାକାରୀ ହିଁ ରାକେଶକୁ କରିଥିଲା ଭିଡିଓ କଲ? ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ସ୍ୱାମୀ ରାକେଶ ସାହୁଙ୍କ ପାଖକୁ ହ୍ୱାଟ୍ସଆପରେ କଲ୍ ଆସିବା ପରେ ସ୍ପଷ୍ଟ ହୋଇଯାଇଥିଲା, ତାଙ୍କ ହତ୍ୟା ହୋଇସାରିଥିଲା । ଭିଡିଓ କଲରେ ବିଭତ୍ସ ଚିତ୍ର ଦେଖିବା ପରେ ରାକେଶ ଘରର ମାଲିକଙ୍କୁ ଫୋନ୍ କରି ତଳ ଘରକୁ ଯିବା ପାଇଁ କହିଥିଲେ । ହେଲେ ଘର ଭିତର ପଟୁ କବାଟ ବନ୍ଦ ଥିଲା । ଆଉ ଭିତରେ ଥିଲେ, ପ୍ରିୟଦର୍ଶିନୀ ଏବଂ ସେହି ସନ୍ଦିଗ୍ଧ ବ୍ୟକ୍ତି ।

କାହାଣୀ ଏତିକିରେ ସରିନଥିଲା, ହତ୍ୟାକାରୀ ମୃତ୍ୟୁର ବହୁ ପୂର୍ବରୁ ହତ୍ୟାକାରୀ ଯୋଜନା ପ୍ରସ୍ତୁତ କରିସାରିଥିଲା । ଏମିତି କି ହତ୍ୟାର ବହୁ ଆଗରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଲେଖିଥିଲା । ଯେଉଁଥିରେ ପ୍ରିୟଦର୍ଶିନୀ ସାହୁ ଏବଂ ତାଙ୍କ ୩ ବର୍ଷର ପୁଅଙ୍କୁ ମଧ୍ୟ ହତ୍ୟା କରିବାର ଯୋଜନା କରିଥିଲା । ଯାହା, ହତ୍ୟାକାରୀର ଏହି ସୁଇସାଇଡ୍ ନୋଟରୁ ଜଣାପଡ଼ିଥିବା ପୁଲିସ୍ ସୂଚନା ଦେଇଛି ।

ହତ୍ୟାକାରୀର ଏହି ଟାର୍ଗେଟ୍ କେବଳ ପ୍ରିୟଦର୍ଶିନୀ ନଥିଲେ । ବରଂ ୩ ବର୍ଷର କୁନି ପିଲା ମଧ୍ୟ ଟାର୍ଗେଟରେ ଥିଲା । ସଂଯୋଗ କୁହନ୍ତୁ ବା ସୌଭାଗ୍ୟ, ହତ୍ୟାକାଣ୍ଡ ଘଟିଲା ବେଳେ ଏହି କୁନି ପିଲା ଜଣକୁ ଘର ମାଲିକ ଘରକୁ ନେଇଯାଇଥିଲେ । ଯେଉଁଥି ପାଇଁ ଏତେ ବଡ଼ ହତ୍ୟାକାଣ୍ଡରୁ କିଛି ଜାଣିନଥିବା ପିଲାଟି ବର୍ତ୍ତିଯାଇଥିଲା । ପୁରା ଘଟଣାରୁ ଗୋଟିଏ କଥା ସ୍ପଷ୍ଟ ଯେ, ହତ୍ୟା ପାଇଁ ପୂର୍ବରୁ ଯୋଜନା କରିଥିଲା । ନିଜ ଲକ୍ଷ୍ୟକୁ ଚରିତାର୍ଥ କରିବା ପରେ ନିଜେ ଆତ୍ମହତ୍ୟା କରିବା ପାଇଁ ମଧ୍ୟ ମନସ୍ତ କରିଥିଲା ।