ଚାରିଦିନ ପରେ ହାଇଟେକ୍ ହସ୍ପିଟାଲରେ ଦୁର୍ଘଟଣା ଗ୍ରସ୍ତଙ୍କ ଚିକିତ୍ସା ଆରମ୍ଭ । କୋଡ ଆସିନଥିବାରୁ ହେଉନଥିଲା ଚିକିତ୍ସା

Advertisment
ଚାରିଦିନ ପରେ ହାଇଟେକ୍ ହସ୍ପିଟାଲରେ ଦୁର୍ଘଟଣା ଗ୍ରସ୍ତଙ୍କ ଚିକିତ୍ସା ଆରମ୍ଭ । କୋଡ ଆସିନଥିବାରୁ ହେଉନଥିଲା ଚିକିତ୍ସା

କନକ ବ୍ୟୁରୋ: ରାଉରକେଲାର ହାଇଟେକ ହସ୍ପିଟାଲରେ ଦୁର୍ଘଟଣାର ଶିକାର ହୋଇଥିବା ରୋଗୀଙ୍କ ଚିକିତ୍ସା ଆରମ୍ଭ ହୋଇଛି । ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ସଂପର୍କିତ କୋଡ ଆସିନଥିବାରୁ ରବିବାର ସନ୍ଧ୍ୟା ସୁଦ୍ଧା ତାଙ୍କର ଚିକିତ୍ସା ଆରମ୍ଭ ହୋଇପାରିନଥିଲା । ଗୁରୁବାରରୁ ଭର୍ତ୍ତି ହୋଇଥିଲେ ମଧ୍ୟ ସେମାନଙ୍କ କହିବା ଅନୁସାରେ କୋଡ ଆସିନଥିଲା, ତେଣୁ କେବଳ ଆଡମିଶନ ହୋଇଥିଲେ ସୁଦ୍ଧା ଚିକିତ୍ସା ଆରମ୍ଭ ହୋଇପାରିନଥିଲା । ତେବେ ଏହି ଖବର ସୋମବାର କନକ ନ୍ୟୁଜରେ ପ୍ରସାରଣ ହେବା ପରେ କୋଡ ଆସିଥିଲା ଏବଂ ଚିକିତ୍ସା ଆରମ୍ଭ ହୋଇଥିଲା । କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ଏକ ଟ୍ୱିଟ୍ କରି କହିଛି ଏହି ଖବର ସତ୍ୟ ଉପରେ ଆଧାରିତ ନଥିଲା ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଆଇଆରଆଇଏସ ସ୍ମାନର ମାଧ୍ୟମରେ ଚିହ୍ନଟ କରାଯାଉଥିବାରୁ କୋଡର କୌଣସି ଆବଶ୍ୟକତା ନାହିଁ କିନ୍ତୁ ବୁଝାପଡୁ ନାହିଁ କାହିଁକି ରବିବାର ଦିନ ରୋଗୀମାନେ କହୁଥିଲେ କୋଡ ଆସିନଥିବାରୁ ଚିକିତ୍ସା ଆରମ୍ଭ ହୋଇପାରୁ ନାହିଁ । କେବଳ ରୋଗୀ ରମେଶ ସାହୁ ନୁହନ୍ତି ହାଇଟେକ ହସ୍ପିଟାଲର ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି, କୋଡ ଆସିନଥିଲା ତେଣୁ ଚିକିତ୍ସା ଆରମ୍ଭ ହୋଇଥିଲେ ଟଙ୍କା କିଏ ଦେଇଥାନ୍ତା?

ଗୋଟିଏ ପଟେ ସ୍ୱାସ୍ଥ୍ୟ ବିଭାଗ କହୁଛି ଚିକିତ୍ସା ଆରମ୍ଭ ହେବା ପାଇଁ କିଛି କୋଡ ଦରକାର ନାହିଁ, ଆଉ ଗୋଟିଏ ପଟେ ରୋଗୀ ଓ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ମାନେ କହୁଛନ୍ତି ବିନା କୋଡରେ ଚିକିତ୍ସା ଆରମ୍ଭ ହୋଇପାରିବ ନାହିଁ । ଏହି କଥାରୁ ସନ୍ଦେହ ହେଉଛି ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ ଏହି କୋଡକୁ ନେଇ କିଛି ଦ୍ୱନ୍ଦ ରହିଛି ଏବଂ ଏହା ଦୂର ହେବା ଦରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe