କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ପେରହାଣ୍ଡି ଗାଁର ମିଲ ମାଲିକ ଅପହରଣର ପର୍ଦ୍ଦାଫାସ କରିଛି ପୋଲିସ । ମିଲର ଜଣେ କର୍ମଚାରୀ ବିଶ୍ୱାସରେ ବିଷ ଦେବାରୁ ମିଲ ମାଲିକ ଅପହରଣ ହୋଇଥିବା ଜଣାପଡିଛି । ଅପହୃତ ମିଲ ମାଲିକ ଏ. ରମେଶ ପାତ୍ରଙ୍କୁ ଉଦ୍ଧାର କରିବା ସହ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ କୋରାପୁଟ ପୋଲିସ ଗିରଫ କରିଛି । ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲଣ କରିଛି। ଗିରଫଙ୍କ ମଧ୍ୟରେ ୩ ଜଣ ମହିଳା ମଧ୍ୟ ଅଛନ୍ତି। ସେମାନଙ୍କ ପାଖରୁ ୨ଟି କାର, ଗୋଟିଏ ପଲସର, ତିନୋଟି ପିସ୍ତଲ, ୧୨ଟି ଗୁଳି , ୩ଟି ମାରଣାସ୍ତ୍ର ସହ ୨୪ ଲ କ୍ଷ ୮୫ ହଜାର ଟଙ୍କା ଜବତ କରିଛି ।

Advertisment

ଅଭିଯୁକ୍ତ ତଥା ମିଲ କର୍ମଚାରୀ ରଘୁନାଥ ହରିଜନ ହିଁ ମିଲ ମାଲିକଙ୍କ ସମ୍ପର୍କରେ ଅପହରଣକାରୀଙ୍କୁ ସମସ୍ତ ତଥ୍ୟ ଦେଇଥିବା ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି କୋରାପୁଟ ଏସପି। ଅପହରଣ ପରେ ପୋଲିସର ଗତିବିଧି ଓ ମିଲ ମାଲିକ ଏରମେଶ ପାତ୍ରଙ୍କ ଘରର ଖବର ଅପହରଣକାରୀଙ୍କୁ ଦେଉଥିଲେ ରଘୁନାଥ । ମିଲ କର୍ମଚାରୀ ହୋଇଥିବାରୁ ତାଙ୍କ ଉପରେ କେହି ସନ୍ଦେହ କରୁନଥିଲେ। ଏପରିକି ଏ. ରମେଶ ପାତ୍ରଙ୍କ ଟିକିନିଖି ଖବର ରଘୁନାଥଙ୍କ ଠାରୁ ପାଇବା ପରେ ଆରମ୍ଭ ହୋଇଥିଲା ଅପହରଣ ଯୋଜନା । ଗଲା ୧୨ ତାରିଖରେ ମିଲକୁ ଘରୁ ଏ.ରମେଶ ପାତ୍ର ଫେରିବା ସମୟରେ ଅପହରଣ କରିନେଇଥିଲେ ଦୁର୍ବୃତ୍ତ । ଏହାପରେ ପରିବାର ଲୋକଙ୍କୁ ଫୋନ କରି ୭୦ଲକ୍ଷ ଟଙ୍କା ବଟି ଦେବାକୁ ଧମକ ଦେଇଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତଙ୍କ କଥା ମାନି ପରବାର ଲୋକେ ୨୫ ଲକ୍ଷ ଟଙ୍କା ଦେବା ପରେ ଏରମେଶ ପାତ୍ରଙ୍କ ଛାଡିଥିଲେ । ପୋଲିସ ସମସ୍ତ ସୂଚନା ପାଇବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ।