ମକା ଚାଷୀଙ୍କ ଠାରୁ ଲକ୍ଷେ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ । ଅଭିଯୋଗକାରୀ ହିଁ ନିଜେ ଅଭିଯୁକ୍ତ, ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ।

104

କନକ ବ୍ୟୁରୋ : ମକା ଚାଷୀଙ୍କ ଠାରୁ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ । ଅଭିଯୋଗକାରୀ ହିଁ ଅଭିଯୁକ୍ତ । ଅନ୍ୟ ଉପରେ ଦୋଷ ଲଦିବାକୁ ଯାଇ ପୁଲିସକୁ ମୋହରା କରି ଏତଲା ଦେଇଥିଲା ଅଭିଯୁକ୍ତ । ଆଉ ଶେଷରେ ଲୁଟ୍ ଘଟଣାର ଖୋଳତାଡ କରି ଅଭିଯୋଗକାରୀଙ୍କୁ ହିଁ ବାନ୍ଧିଛି ପୁଲିସ । ଗତ ୨୫ ତାରିଖ ଦିନ ମକା ଚାଷୀଙ୍କ ଠାରୁ ଟଙ୍କା ଲୁଟ୍ ହୋଇଥିବା ନେଇ ତେନ୍ତୁଳିଖୁଂଟି ଥାନାରେ ଏତଲା ଦିଆଯାଇଥିଲା ।

ତେନ୍ତୁଳିଖୁଂଟି ରାସ୍ତାର ନରସିଙ୍ଗଗୁଡା ଛକ ନିକଟରେ ୪ ଜଣ ଦୁର୍ବୃତ କେନ୍ଦୁଗୁଡା ଗାଁର ଉମା ଶଙ୍କର ବିଶୋୟୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ପୁଲିସ ଏହି ଘଟଣାର ତଦନ୍ତ କରି ଲୁଟ୍ ପଛର ରହସ୍ୟ ଉନ୍ମୋଚନ କରିଛି । ଏବଂ ଏତଲା ଦେଇଥିବା ବ୍ୟକ୍ତି ହିଁ ଅଭିଯୁକ୍ତ ବୋଲି ଜାଣିବାକୁ ପାଇଛି । ପ୍ରାଥମିକ ତଦନ୍ତ ଆଧାରରେ ଅଭିଯୋଗକାରୀ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ତେନ୍ତୁଳିଖୁଂଟି ପୁଲିସ ।