୧୨ ବର୍ଷ ପରେ ସତ ମାନିଲା ପାକିସ୍ତାନ । ୨୬/୧୧ ମୁମ୍ବାଇ ଆକ୍ରମଣରେ ସାମିଲଥିଲେ ୧୧ ଲସ୍କର ଆତଙ୍କବାଦୀ । ଷଡଯନ୍ତ୍ର ରଚିଥିଲା ପାକିସ୍ତାନ

423

କନକ ବ୍ୟୁରୋ : ୨୬/୧୧ ମୁମ୍ବାଇ ଆକ୍ରମଣ ପଛରେ ପାକିସ୍ତାନର ହାତ । ଏହି କଥା ସ୍ୱିକାର କରିବାକୁ ପାକିସ୍ତାନ ନେଲା ୧୨ ବଷ ର୍ ସମୟ । ୨୬/୧୧ ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିଲେ ୧୧ ଜଣ ଲସ୍କର ଇ-ତୋଇବାର ଆତଙ୍କବାଦୀ । ଏ ସଂପର୍କରେ ପ୍ରଥମଥର ପାଇଁ ନିଜେ ସ୍ୱିକାର କରିଛି ପାକିସ୍ତାନ । ଏନେଇ ପାକିସ୍ତାନର ଗୋଇନ୍ଦା ସଂସ୍ଥା କହିଛି କି ଏହି ଆକ୍ରମଣ ପଛରେ ୧୧ ଜଣ ଲସ୍କର ଆତଙ୍କବାଦୀଙ୍କର ହାତ ଥିଲା । ଗତ କିଛିବର୍ଷ ହେବ ଏହି ଆକ୍ରମଣକୁ ନେଇ ପାକିସ୍ତାନ ଉପରେ ଭାରତ ବାରମ୍ବାର ଚାପ ପକାଇ ଚାଲିଥିଲା । ଫଳରେ ପାକିସ୍ତାନ ସତ ମାନିବାକୁ ବାଧ୍ୟ ହୋଇଛି ।

କହିରଖୁ କି ୨୦୦୮ ନଭେମ୍ବର ୨୬ ତାରିଖରେ ମୁମ୍ବାଇର ତାଜ୍ ହୋଟେଲ ସମେତ ୬ ଟି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ୨୬ ଜଣ ବିଦେଶୀ ନାଗରିକଙ୍କ ସମେତ ମୋଟ ୧୬୬ ଜଣଙ୍କର ମୃତ୍ୟୁ ହୋଇଥିôଲା । ତାଜ୍ ହୋଟେଲରେ ୩୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସର୍ବାଧିକ ମୃତ୍ୟୁ ହୋଇଥିଲା ଛତପତି ଶିବାଜୀ ଟର୍ମିନାଲ ଆକ୍ରମଣରେ । ସୁରକ୍ଷାକର୍ମୀ ମାନେ ୬୦ ଘଂଟାଧରି ଆତଙ୍କବାଦୀଙ୍କ ସହ ଲଢେଇ କରିଥିଲେ । କେବଳ କସବକୁ ଜୀବନ୍ତ ଧରିବାରେ ସଫଳ ହୋଇଥିଲେ ସୁରକ୍ଷାକର୍ମୀ ।