କନକ ବ୍ୟୁରୋ: ସୋସିଆଲ ମିଡିଆରେ ଏବେ ଗୋଟିଏ ଭିଡିଓଟି ଭାଇରାଲ ହେବାରେ ଲାଗିଛି । ଏକ ବିବାହ ଉତ୍ସବରେ ବର ବଧୂଙ୍କ ଫଟୋସୁଟ ଚାଲିଛି । ଏହି ସମୟରେ ଫଟୋଗ୍ରାଫର ଜଣକ ବରକୁ ଅଣଦେଖା କରି କେବଳ ନୂଆବୋହୁର ଫଟୋ ଉଠାଇବା ସହ ତାଙ୍କୁ ଫଟୋ ପୋଜ ବତାଉଥିଲେ ହେଲେ ଏଥିରେ ଖପ୍ପା ହୋଇଯାଇଥିଲେ ବର । ଏବଂ କେହି କିଛି ବୁଝିବା ଆଗରୁ ଫଟୋଗ୍ରାଫରଙ୍କୁ ମାଡ ମାରିଥିଲେ ବର । ଏହି ଘଟଣାରେ ହସି ହସି ଗଡି ଯାଇଥିଲେ ନୂଆବୋହୁ ।
ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ରେଣୁକା ମୋହନ ନାମକ ଜଣେ ୟୁଜର ଏହି ଭିଡିଓକୁ ସେୟାର କରିଥିଲେ । ଯାହାକୁ ଅଳ୍ପ ସମୟ ମଧ୍ୟରେ ୧୦ଲକ୍ଷରୁ ଅଧିକ ଲୋକ ଦେଖିବାକୁ ସହ ଲାଇକ ଓ ସେୟାର କରିଥିଲେ । ତେବେ ଭିଡିଓର ସତ୍ୟତା ନେଇ ସେ ସ୍ପଷ୍ଟ ଭାବେ କିଛି ଜାଣିନଥିବା ଲେଖିଥିଲେ ।
ଏହି ଭିଡିଓ ଭାଇରାଲ ହେବା ପରେ ଏବେ ଏହାର ସତ୍ୟତା ପଦାକୁ ଆସିଛି । ଏହି ଭିଡିଓରେ ନଜର ଆସିଥିବା ବଧୂ ଜଣକ ନିଜେ ଏହାର ଉତ୍ତର ରଖିଛନ୍ତି । ପ୍ରକୃତରେ ବଧୂବେଶରେ ନଜର ଆସିଥିବା ଯୁବତୀ ଜଣକ ହେଉଛନ୍ତି ଛତିଶଗଡର ଅଭିନେତ୍ରୀ ଅନିକ୍ରିତି ଚୌହ୍ୱାନ । ଏହା ତାଙ୍କ ଫିଲ୍ମ ସୁଟିଂ ସମୟର ଏକ ଭିଡିଓ ବୋଲି ଲେଖିଛନ୍ତି ଅନିକ୍ରିତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/vlcsnap-2021-02-09-21h24m18s151.png)