ସାମ୍ନାକୁ ଆସିଲା କାର ଅପହରଣ ଘଟଣାର ପ୍ରକୃତ ସତ । ବଲାଙ୍ଗୀରର ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ କରି କରଥିଲେ କାର ଅପହରଣ, ବିଫଳ ହେବାରୁ ବ୍ୟାଙ୍କ ଲୁଟ୍ ପାଇଁ କରିଥିଲେ ଯୋଜନା ।

1,309

କନକ ବ୍ୟୁରୋ : ସାମ୍ନାକୁ ଆସିଲା କାର ଅପହରଣ ଘଟଣାର ପ୍ରକୃତ ସତ । ଗିରଫ ହୋଇଥିବା ୮ ଦୁବୃର୍ତଙ୍କ ମଧ୍ୟରୁ ୪ ଜଣଙ୍କ ଅପରାଧିକ ସଂପୃକ୍ତି ନେଇ ମିଳିଛି ତଥ୍ୟ । ଏନେଇ ପୁରୁଣା କଟକ ଆଇଆଇସି ସୂଚନା ଦେଇଛନ୍ତି । ବଲାଙ୍ଗୀରର ଜଣେ ବ୍ୟକ୍ତିଙ୍କୁ ଟାଗେଟ୍ କରି ଏମାନେ କାର ଅପହରଣ କରିଥିବା ଜଣାପଡିଛି । କିନ୍ତୁ ମିଶନ ବିଫଳ ହେବାରୁ ଆକ୍ସିସ ବ୍ୟାଙ୍କକୁ ଲୁଟ୍ କରିବା ପାଇଁ ଯୋଜନା କରିଥିଲେ ।

୮ ଜଣ ଦୁବୃର୍ତଙ୍କ ମଧ୍ୟରୁ ୪ ଦୁବୃର୍ତ ହେଉଛନ୍ତି ନୟାଗଡର । ପୂର୍ଣ୍ଣଚନ୍ଦ୍ର ମହାରଣା ନୟାଗଡ ଜିଲ୍ଲା ଓଡଗାଁର ହୋଇଥିବା ବେଳେ ତାଙ୍କ ନାଁରେ ପୂର୍ବରୁ ୩ଟି ଅପରାଧିକ ମାମଲା ରହିଛି । ଅନ୍ୟ ଜଣେ ଓଡଗାଁର ଶଙ୍କର ସାହୁଙ୍କ ନାଁରେ ୭ଟି କେସ୍ ରହିଛି । ସେହିଭଳି ସଂଗ୍ରାମ ମହାନ୍ତି ଓ ରମେଶ ଲେଙ୍କା ଫତେଗଡ଼ର ହୋଇଥିବା ବେଳେ ଉଭୟଙ୍କ ନାଁରେ ୩ଟି ଲେଖାଏଁ କେସ୍ ରହିଛି । ଏମାନେ ବହୁବାର ପୂର୍ବରୁ ଡକାୟତିରେ ସଂପୃକ୍ତ ଥିବା ଜଣାପଡିଛି ।

ସେପଟେ କେମିତି ହେଇଥିଲା ଅପହରଣ ଉଦ୍ୟମ ଓ ପୋଲିସ ଏହାକୁ କିଭଳି ଧରିଥିଲା ସେନେଇ କନକ ନ୍ୟୁଜକୁ ତଥ୍ୟ ଦେଇଛନ୍ତି ବୌଦ୍ଧ ଏସପି । କନକ ନ୍ୟୁଜକୁ ବୌଦ୍ଧ ଏସପି ଭି. ରଘୁନାଥ ରାଓ କହିଛନ୍ତି, ଗିରଫ ୮ ଜଣଙ୍କ ନାଁରେ ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାରେ ବିଭିନ୍ନ ଥାନାରେ ଚୋରି, ଡକାୟତି ଭଳି ଜଘନ୍ୟ ମାମଲା ରହିଛି । ଏମାନେ ବଡଧରଣର ଅପହରଣ ଯୋଜନା କରୁଥିଲେ । ନୟାଗଡ ନିକଟରେ ଏହି ଅପରାଧ ଯୋଜନା କରିଥିଲେ । କିନ୍ତୁ ସେମାନଙ୍କ ମିଶନ ଫେଲ୍ ମାରିଛି । ଆବଶ୍ୟକ ପଡିଲେ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ ।