ଆଜି ଝାଡ଼ଖଣ୍ଡ ବିଧାନସଭାରେ ଆସ୍ଥା ଭୋଟ । ବହୁମତ ସାବ୍ୟସ୍ତ କରିବେ ଚମ୍ପାଇ ସୋରେନ୍ । ହାଇଦ୍ରାବାଦରୁ ସ୍ୱତନ୍ତ୍ର ବିମାନରେ ଆସିଲେ ୪୦ ବିଧାୟକ ।

78

କନକ ବ୍ୟୁରୋ: ଆଜି ଝାଡ଼ଖଣ୍ଡ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ନୂଆ ମୁଖ୍ୟମନ୍ତ୍ରୀ ଚଂପାଇ ସୋରେନ୍ । ଏଥିପାଇଁ ଝାଡ଼ଖଣ୍ଡ ବିଧାନସଭା ଏକ ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ମୁଖ୍ୟମନ୍ତ୍ରୀ ଚଂପାଇ ସୋରେନ୍ ବହୁମତ ପାଇଁ ଆବଶ୍ୟକ ହେଉଥିବା ସଂଖ୍ୟା ତାଙ୍କ ପାଖରେ ଥିବା ଦାବି କରିଛନ୍ତି । ଏପଟେ ଗିରଫ ହୋଇ ଇଡିର ହେପାଜତର ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ଏହି ଫ୍ଲୋର ଟେଷ୍ଟରେ ସାମିଲ୍ ହେବାକୁ ଅନୁମତି ମିିଳିଛି । ହେମନ୍ତ ସୋରେନ୍, ଇସ୍ତଫା ଦେବା ପରେ ବିଧାୟକ କିଣାବିକା ଆଶଙ୍କାରେ ପ୍ରାୟ ୪୦ ଜଣ ବିଧାୟକଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା ।

ତେବେବହୁମତ ପରୀକ୍ଷାରେ ସାମିଲ ହେବା ପାଇଁ ହାଇଦ୍ରାବାଦରେ ଥିବା ଜେଏମଏମ ଏବଂ ସହଯୋଗୀ ବିଧାୟକମାନେ ଆଜି ହାଇଦ୍ରାବାଦରୁ ରାଂଚିରେ ପହଂଚିବେ । ରାଂଜିରେ ପହଂଚିବା ପରେ ତାଙ୍କୁ ସର୍କିଟ ହାଉସର ରଖାଯିବ । ଝାଡ଼ଖଣ୍ଡ ରାଜ୍ୟପାଳ, ସିିପି ରାଧାକ୍ରିଷ୍ଣନ ଚଂପାଇ ସୋରେନଙ୍କୁ ବହୁମତ ସାବ୍ୟସ୍ତ କରିବା ପାଇଁ ୧୦ ଦିନର ସମୟ ଦେଇଥିଲେ । ରାଂଚି ଜମି ଦୁର୍ନୀତି ମାମଲାରେ ଜେଏମଏମ ମୁଖ୍ୟ ହେମନ୍ତ ସୋରେନ ଗିରଫ ହୋଇଛନ୍ତି । ଝାଡଖଣ୍ଡ ହାଇକୋର୍ଟ ହେମନ୍ତ ସୋରେନଙ୍କ ଆବେଦନର ତୁରନ୍ତ ଶୁଣାଣି କରିବାକୁ ମନାକରିଦେବା ପରେ ଇଡି ହେପାଜେତରେ ଅଛନ୍ତି ହେମନ୍ତ ସୋରେନ ।