ଭାରତରେ ସରକାରୀ ସ୍କୁଲ ଉପରେ କମୁଛି ଭରସା । ଅଭିଭାବକଙ୍କ ପସନ୍ଦ ପାଲଟିଛି ଘରୋଇ ସ୍କୁଲ ।

ଭାରତରେ ସରକାରୀ ସ୍କୁଲ ଉପରେ କମୁଛି ଭରସା । ଅଭିଭାବକଙ୍କ ପସନ୍ଦ ପାଲଟିଛି ଘରୋଇ ସ୍କୁଲ ।

କନକ ବ୍ୟୁରୋ: ଦେଶରେ ସରକାରୀ ସ୍କୁଲ ଉପରେ ଭରସା କମୁଛି । ୟୁନେସ୍କୋ ପକ୍ଷରୁ ପ୍ରକାଶ ପାଇଥିବା ଗ୍ଲୋବାଲ୍ ଏଜୁକେସନ୍ ମନିଟରିଂ ରିପୋର୍ଟରେ ଏହା ଦର୍ଶାଯାଇଛି । ରିପୋର୍ଟ ଅନୁସାରେ, ୨୦୧୪ରୁ ଖୋଲିଥିବା ୯୬ ହଜାର ସ୍କୁଲରୁ ୬୭ ହଜାର ହେଉଛି ଘରୋଇ ସ୍କୁଲ ସରକାରୀ ସ୍କୁଲର ମାନ ହ୍ରାସ ଏବଂ ପିଲାଙ୍କ ପାଠପଢ଼ା ପ୍ରତି ଅଭିଭାବକଙ୍କ ଉଚ୍ଚାକାଂକ୍ଷା ଯୋଗୁଁ ଭାରତରେ ଘରୋଇ ଶିକ୍ଷା କ୍ଷେତ୍ର ବୃଦ୍ଧି ପାଉଛି ବୋଲି କୁହାଯାଉଛି । ୟୁନେସ୍କୋରୁ ସର୍ଭେରୁ ଯେଉଁ ତଥ୍ୟ ଆସିଛି, ତାହା ନିଶ୍ଚିତ ରୂପେ ବେଶ ଚିନ୍ତାଜନକ । ତିନି ଚତୁର୍ଥାଂଶ ଅଭିଭାବକଙ୍କ କହିବା କଥା ସରକାରଙ୍କ ନିୟନ୍ତ୍ରଣରେ ଥିବା ସ୍କୁଲଗୁଡିକରେ ଶିକ୍ଷାର ଗୁଣାତ୍ମକ ମାନ ଠିକ୍ ନାହିଁ ।

  • ସରକାରୀ ସ୍କୁଲ ଉପରେ କମୁଛି ଭରସା
  • ୧୦ ନୂଆ ସ୍କୁଲ ମଧ୍ୟରେ ୭ ଘରୋଇ ସ୍କୁଲ

ଦକ୍ଷିଣ ଏସିଆରେ ଦ୍ରୁତ ଗତିରେ ଶିକ୍ଷା ବ୍ୟବସ୍ଥାର ସଂପ୍ରସାରଣ ହେଉଥିବା ବେଳେ ଭାରତରେ ବଢୁଛି ଘରୋଇ ସ୍କୁଲ । ୟୁନେସ୍କୋ ପକ୍ଷରୁ ପ୍ରକାଶ ପାଇଥିବା ଗ୍ଲୋବାଲ୍ ଏଜୁକେସନ୍ ମନିଟରିଂ ରିପୋର୍ଟ ଅନୁସାରେ...

  • ଗତ ୮ ବର୍ଷରେ ଭାରତରେ ୧୦ ନୂଆ ସ୍କୁଲ ମଧ୍ୟରୁ ୭ ଘରୋଇ ସ୍କୁଲ
  • ୨୦୧୪ରୁ ଖୋଲିଥିବା ୯୬ ହଜାର ସ୍କୁଲରୁ ୬୭ ହଜାର ଘରୋଇ ସ୍କୁଲ
  • ସରକାରୀ ସ୍କୁଲର ମାନ ହ୍ରାସ ଏବଂ ପିଲାଙ୍କ ପାଠପଢ଼ା ପ୍ରତି ଅଭିଭାବକଙ୍କ ଉଚ୍ଚାକାଂକ୍ଷା ଯୋଗୁଁ ଭାରତରେ ଘରୋଇ ଶିକ୍ଷା କ୍ଷେତ୍ର ବୃଦ୍ଧି ପାଇବାରେ ଲାଗିଛି

ୟୁନେସ୍କୋ ରିପୋର୍ଟ ଅନୁସାରେ...

  • ମାତ୍ର ୪୬ ପ୍ରତିଶତ ଭାରତୀୟ ଭାବନ୍ତି ସ୍କୁଲ ଶିକ୍ଷା ସରକାରଙ୍କ ପ୍ରାଥମିକ ଦାୟିତ୍ୱ
  • ଯାହା ୩୫ ମଧ୍ୟମ-ଉଚ୍ଚ ଆୟକାରୀ ରାଷ୍ଟ୍ର ମଧ୍ୟରେ ସବୁଠୁ କମ୍
  • ୬୧ ପ୍ରତିଶତ ମାଧ୍ୟମିକ ସ୍କୁଲ ଛାତ୍ର/ଛାତ୍ରୀ ଘରୋଇ ଟିଉସନ୍ ଉପରେ ନିର୍ଭର କରନ୍ତି
  • ୨୦୨୦ରେ ୨୯,୬୦୦ ଅଣସ୍ୱୀକୃତିପ୍ରାପ୍ତ ସ୍କୁଲରେ ପାଠ ପଢୁଥିଲେ ୩୮ ଲକ୍ଷ ଛାତ୍ର/ଛାତ୍ରୀ
  • ୪,୧୩୯ ଅଣସ୍ୱୀକୃତିପ୍ରାପ୍ତ ମାଦ୍ରାସାରେ ପଢୁଥିଲେ ୫ ଲକ୍ଷରୁ ଅଧିକ ଛାତ୍ର/ଛାତ୍ରୀ

ଭାରତରେ କାହିଁକି ସରକାରୀ ସ୍କୁଲ ଉପରେ ଲୋକଙ୍କ ଭରସା କମୁଛି, ଏ ନେଇ ୟୁନେସ୍କୋ ପକ୍ଷରୁ ସର୍ଭେ କରାଯାଇଥିଲା । ୟୁନେସ୍କୋରୁ ସର୍ଭେରୁ ଯେଉଁ ତଥ୍ୟ ଆସିଛି, ତାହା ବେଶ ଚିନ୍ତାଜନକ । ତିନି ଚତୁର୍ଥାଂଶ ଅଭିଭାବକଙ୍କ କହିବା କଥା ସରକାରଙ୍କ ନିୟନ୍ତ୍ରଣରେ ଥିବା ସ୍କୁଲଗୁଡିକରେ ଶିକ୍ଷାର ଗୁଣାତ୍ମକ ମାନ ଠିକ୍ ନାହିଁ ।

ସରକାରୀ ସ୍କୁଲ ଉପରେ କାହିଁକି କମୁଛି ଭରସା?

  • ସରକାରୀ ଶିକ୍ଷାର ମାନ ଉପରେ ପ୍ରଶ୍ନ ଉଠାଇଛନ୍ତି ୭୩ ପ୍ରତିଶତ ଅଭିଭାବକ
  • ପିଲାଙ୍କୁ ଇଂରାଜୀ ମାଧ୍ୟମ ସ୍କୁଲରେ ପାଠ ପଢ଼ାଇବାକୁ ଚାହାଁନ୍ତି ୧୨ ପ୍ରତିଶତ ଅଭିଭାବକ
  • ନିକଟରେ ସରକାରୀ ସ୍କୁଲ ନଥିବାରୁ ଘରୋଇ ସ୍କୁଲ ଉପରେ ନିର୍ଭର କରିଥାନ୍ତି ୧୦ ପ୍ରତିଶତ
  • ୮ଟି ସହରରେ ନିମ୍ନ ଆୟକାରୀ ପରିବାରର ୪,୪୦୦ ଅଭିଭାବକଙ୍କ ମତ ନିଆଯାଇଛି
  • ଅପେକ୍ଷାକୃତ କମ୍ ଫି’ ନେଉଥିବା ଘରୋଇ ସ୍କୁଲରେ ନାମ ଲେଖାଉଛନ୍ତି ୮୬ ପ୍ରତିଶତ ଶିଶୁ

ସାରା ବିଶ୍ୱରେ ଯେତିକି ପ୍ରତିଶତ ଘରୋଇ ସ୍କୁଲ ରହିଛି, ଭାରତରେ ଏହି ହାର ଅଧିକ । ଭାରତରେ ୨୫ ପ୍ରତିଶତ ଘରୋଇ ପ୍ରି-ପ୍ରାଇମେରୀ ସ୍କୁଲ ରହିଥିବା ବେଳେ ୪୫ ପ୍ରତିଶତ ପ୍ରାଇମେରୀ ସ୍କୁଲ, ସେକେଣ୍ଡାରୀ ସ୍କୁଲ ୫୧ ପ୍ରତିଶତ ଓ ଉଚ୍ଚ ଶିକ୍ଷା ପାଇଁ ରହିଛି ୫୭ ପ୍ରତିଶତ ଘରୋଇ ଅନୁଷ୍ଠାନ । ଦକ୍ଷିଣ ଏସିଆରେ ୩୨ ପ୍ରତିଶତ ଘରୋଇ ପ୍ରି-ପ୍ରାଇମେରୀ ସ୍କୁଲ, ୩୮ ପ୍ରତିଶତ ପ୍ରାଇମେରୀ ସ୍କୁଲ, ସେକେଣ୍ଡାରୀ ସ୍କୁଲ ୫୦ ପ୍ରତିଶତ ଓ ଉଚ୍ଚ ଶିକ୍ଷା ପାଇଁ ରହିଛି ୪୯ ପ୍ରତିଶତ ଘରୋଇ କଲେଜ ଓ ୟୁନିଭରସିଟି । ସେହିପରି ସାରା ବିଶ୍ୱରେ ରହିଛି ୩୮ ପ୍ରତିଶତ ପ୍ରି-ପ୍ରାଇମେରୀ ସ୍କୁଲ, ୧୯ ପ୍ରତିଶତ ପ୍ରାଇମେରୀ ସ୍କୁଲ, ସେକେଣ୍ଡାରୀ ସ୍କୁଲ ୨୭ ପ୍ରତିଶତ ଓ ଉଚ୍ଚ ଶିକ୍ଷା ପାଇଁ ରହିଛି ୩୩ ପ୍ରତିଶତ ଘରୋଇ ଅନୁଷ୍ଠାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe