ପୁଣି ଅଡୁଆରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ । ୩ ସନ୍ତାନଙ୍କ ନାମରେ ଠକେଇ ଅଭିଯୋଗ

82

କନକ ବ୍ୟୁରୋ : ପୁଣି ଅଡୁଆରେ ପଡିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ ଓ ତାଙ୍କର ୩ଜଣ ସନ୍ତାନଙ୍କ ଉପରେ ଲାଗିଛି ଠକେଇ ଅଭିଯୋଗ । ଟ୍ରମ୍ପ, ତାଙ୍କ ପରିବାର ଓ ଟ୍ରମ୍ପ ଅରଗାନଇଜେନ ବିରୋଧରେ ନ୍ୟୁର୍ୟକର ଏକ ସରକାରୀ ଆଇଜନୀବି ଲେଥିଆର ଜେମସ ଏହି ମାମଲା ରୁଜୁ କରିଛନ୍ତି । ପ୍ରାୟ ୧୦ବର୍ଷ ହେବ ଟ୍ରମ୍ପ ଓ ତାଙ୍କ ଦ୍ୱାରା ପରିଚାଳିତ ଏକ ସଂସ୍ଥା ଜାଲିଆତି କରୁଥିବା ଅଭିଯୋଗ ହୋଇଛି । ଡୋନାଲ୍ଡ ଟ୍ରମ୍ପ, ପୁଅ ଜୁନିୟର ଟ୍ରମ୍ପ, ଦୁଇ ଝିଅ ଇଭାଙ୍କା ଓ ଇରିକ ଟ୍ରମ୍ପଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଛି । ୨ଶହ ପୃଷ୍ଠା ବିଶିଷ୍ଠ ଅଭିଯୋଗ ପତ୍ରରେ କୁହାଯାଇଛି କି ଟ୍ରମ୍ପ ନିଜର ସମ୍ପତି ମୂଲ୍ୟ ଅଧିକ ଥିବା ଦର୍ଶାଇ ବିଭିନ୍ନ ବ୍ୟାଙ୍କ, ଇନୁସୁରାନ୍ସ କମ୍ପାନୀ ଓ ବୀମାକାରୀଙ୍କୁ ଠକିଛନ୍ତି ।

ସରକାରୀ ଓ ଅପରାଧିକ ନିୟମର ମଧ୍ୟ ଟ୍ରମ୍ପ ଉଲ୍ଲଂଘନ କରିଛନ୍ତି । ବର୍ତମାନ ମମଲା ଆମେରିକା ଆଟୋର୍ନି ଓ ଇନଟର୍ଣ୍ଣଲ ରେଭିନ୍ୟୁ ସର୍ଭିସ ପାଖକୁ ପଠାଯାଇଛି । ଜେମସ ନିଜ ଅଭିଯୋଗ ପତ୍ରରେ ବିଭିନ୍ନ ଦାବି କରିଛନ୍ତି । ୨୫କୋଟି ଠକେଇ ଅର୍ଥ ଫେରସ୍ତ, ନ୍ୟୁୟର୍କରେ ଥିବା ଟ୍ରମ୍ପ ପଂଜୀକୃତ କମ୍ପାନୀ ବନ୍ଦ କରିବା, ଟ୍ରମ୍ପ ଅରଗାନାଇଜେନର କରପୋରେଟ ସାଟିଫିକେଟ ରଦ୍ଧ କରିବାକୁ ଦାବି କରିଛନ୍ତି । ଯଦି କୋର୍ଟ ଏହି ଦାବି ମାନିବେ ତେବେ ଟ୍ରମ୍ପ ଅରଗାଇନେଜସନ ନ୍ୟୁର୍ୟରେ ନିଜର ସମସ୍ତ କାର୍ଯ୍ୟାଳୟ ବନ୍ଦ କରିବାକୁ ପଡିବ