ବଢ଼ୁଛି ଯୁଦ୍ଧ ଆଶଙ୍କା ! ଉତ୍ତର କୋରିଆ ଓ ଆମେରିକା ମଧ୍ୟରେ କୌଣସି ବି ମୁହୂର୍ତ୍ତରେ ହୋଇପାରେ ଯୁଦ୍ଧ

Advertisment
ବଢ଼ୁଛି ଯୁଦ୍ଧ ଆଶଙ୍କା ! ଉତ୍ତର କୋରିଆ ଓ ଆମେରିକା ମଧ୍ୟରେ କୌଣସି ବି ମୁହୂର୍ତ୍ତରେ ହୋଇପାରେ ଯୁଦ୍ଧ

Source: cdn.images.express.co.uk

କନକ ବ୍ୟୁରୋ: ବଢ଼ୁଛି ଯୁଦ୍ଧ ଆଶଙ୍କା । ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନଙ୍କ ଏକଜିଦିଆ ପଣ ଲାଗି ଦେଖାଦେଇଥିବା ଯୁଦ୍ଧ ଆଶଙ୍କା ଆହୁରି ଘନୀଭୂତ ହୋଇଛି । ପରିସ୍ଥିିତି ଜଟିଳ ହେବାରେ ଲାଗିଥିବାବେଳେ ଏକ ଅବଶ୍ୟମ୍ବାବୀ ଯୁଦ୍ଧ ଆଶଙ୍କାରେ ବିଶ୍ୱ ସମୁଦାୟ ଆତଙ୍କିତ ହୋଇପଡିଛନ୍ତିି । ଏଥିପାଇଁ ଆମେରିକା ଓ ଉତ୍ତର କୋରିଆ ପରସ୍ପରକୁ ଦୋଷାରୋପ କରି ଚାଲିଥିବାବେଳେ ଶାନ୍ତିି ପ୍ରତିଷ୍ଠା ଦିଗରେ କେହି ଜଣେ ବି ନରମ ଆଭିମୁଖ୍ୟ ପୋଷଣ କରୁନାହାଁନ୍ତି ।

publive-imageଯୁଦ୍ଧ ହେଲେ ସେଥିପାଇଁ ଆମେରିକା ଦାୟୀ ରହିବ ବୋଲି କିମ୍ ଜଙ୍ଗ କହିବା ପରେ ସୋମବାର ଆମେରିକା ରାଷ୍ଟ୍ରପତି ତାଙ୍କର ବୋମାବର୍ଷି ବିମାନଗୁଡିକୁ ୨୪ଘଂଟିଆ ସତର୍କ ରହିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଆମେରିକାର ସୁରକ୍ଷା ଏବଂ ସାମରିକ ସଂକ୍ରାନ୍ତ ପ୍ରମୁଖ ବିବରଣୀ ରଖୁଥିବା ୱେବସାଇଟ୍ ଡିଫେନ୍ସ ୱାନ୍ ଅନୁଯାୟୀ ଆମେରିକା ବାୟୁସେନାର ବୋମାବର୍ଷି ବିମାନ ବି-୫୨ଗୁଡିକୁ ତୁରନ୍ତ ଆଣବିକ ଅସ୍ତ୍ରରେ ଖଚିତ କର ରଖିବାକୁ କୁହାଯାଇଛି । ଏପରିକି ଯେ କୌଣସି ସମୟରେ ନିର୍ଦ୍ଦେଶ ପାଇଲା ମାତ୍ରେ ଯୁଦ୍ଧ କ୍ଷେତ୍ରରେ ପହଁଚି ବୋମା ନିକ୍ଷେପ କରିବା ପାଇଁ ସଜାଗ ରହିବାକୁ ଟ୍ରମ୍ପ ପ୍ରଶାସନ ବାୟୁ ସେନାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ।

publive-imageସୂଚନା ମୁତାବକ, ଆମେରିକାର ସୁରକ୍ଷା ଏବଂ ସାମରିକ ସଂକ୍ରାନ୍ତ ପ୍ରମୁଖ ବିବରଣୀ ରଖୁଥିବା ଓ୍ଵବ୍ସାଇଟ୍ ‘ଡିଫେନ୍ସ ଓ୍ଵାନ୍’ ଅନୁଯାୟୀ, ଆମେରିକା ବାୟୁସେନାର ବୋମାବର୍ଷୀ ବିମାନ ବି-୫୨ଗୁଡ଼ିକୁ ତୁରନ୍ତ ଆଣବିକ ଅସ୍ତ୍ରରେ ଖଚିତ କରି ରଖିବାକୁ କୁହାଯାଇଛି । ଏପରିକି ଯେ କୌଣସି ସମୟରେ ନିର୍ଦ୍ଦେଶ ପାଇଲା ମାତ୍ରେ ଯୁଦ୍ଧକ୍ଷେତ୍ରରେ ପହଞ୍ଚି ବୋମା ନିକ୍ଷେପ କରିବା ପାଇଁ ସଜାଗ ରହିବାକୁ ଟ୍ରମ୍ପ ପ୍ରଶାସନ ବାୟୁ ସେନାବାହିନୀକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ୧୯୯୧ ମସିହାରେ ଶୀତଳ ଯୁଦ୍ଧର ଅବସାନ ପରେ ଆମେରିକା ପ୍ରଥମ ଥର ପାଇଁ ଏପରି ବୋମାବର୍ଷୀ ବିମାନକୁ ଜାଗତିଆର କରି ରଖୁଥିବା ଜଣାଯାଇଛି । ଅପରପକ୍ଷେ, ଏପରି ଯୋଜନା କୌଣସି ନିର୍ଦ୍ଦିଷ୍ଟ ଘଟଣାକୁ ଭିତ୍ତି କରି ହୋଇନାହିଁ ବୋଲି ଆମେରିକା ବାୟୁସେନା ମୁଖ୍ୟ ଡେଭିଡ୍ ଗୋଲ୍ଡଫିନ୍ କହିଛନ୍ତି । ତେବେ ସାମ୍ପ୍ରତିକ ସ୍ଥିତିରେ ଆମେରିକା ସାମରିକ ଦୃଷ୍ଟିକୋଣରୁ ସଦାପ୍ରସ୍ତୁତ ବୋଲି ଜଣାଇବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ସେ ସ୍ପଷ୍ଟ କରିଛନ୍ତି । ଯଦିଓ ସଜାଗ ରହିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଠାରୁ ନିର୍ଦ୍ଦେଶ ପହଞ୍ଚିନାହିଁ, ତେବେ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ଗୋଲ୍ଡଫିନ୍ କହିଛନ୍ତି ।

ତେବେ ଆମେରିକାର ଏଭଳି ପ୍ରସ୍ତୁତି ପଛରେ ତିନିଟି କାରଣ ରହିଥିବା ଚର୍ଚ୍ଚା ହେଉଛି । ପ୍ରଥମତଃ ଉତ୍ତର କୋରିଆର ଆଣବିକ ଅସ୍ତ୍ର ହାସଲ କରିବାର ଦକ୍ଷତା ବୃଦ୍ଧି ବିପଦକୁ ଆହ୍ଵାନ କରୁଛି । ଦ୍ୱିତୀୟତଃ କିମ୍ ଜଙ୍ଗ ପ୍ରଶାସନ ପ୍ରତି ରାଷ୍ଟ୍ରପତି ଟ୍ରମ୍ପଙ୍କ ଆକ୍ରମଣାତ୍ମକ ଦୃଷ୍ଟିଭଙ୍ଗୀ ସ୍ଥିତିକୁ ଜଟିଳ କରୁଛି । ସେହିପରି ରୂଷିଆର ସକ୍ରିୟ ସେନାବଳ ହିଁ ଆମେରିକାକୁ ବିବ୍ରତ କରୁଛି । ତେବେ କୋରିଆ ଉପଦ୍ୱୀପରେ ଯେ କୌଣସି ସମୟରେ ଏକ ଆଣବିକ ଯୁଦ୍ଧ ଘଟିପାରେ ବୋଲି କିମ୍ ଜଙ୍ଗ ପ୍ରଶାସନ ବିଶ୍ୱ ସମୁଦାୟକୁ ସତର୍କ କରିବାର ସପ୍ତାହକ ପରେ ଆମେରିକାର ଏଭଳି ଆଭିମୁଖ୍ୟ ଏକ ନିଶ୍ଚିତ ପରମାଣୁ ଯୁଦ୍ଧକୁ ଆହ୍ଵାନ କରୁଛି ବୋଲି ଆଲୋଚନା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe