କନକ ବ୍ୟୁରୋ: ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବୟାନକୁ ନେଇ କରାଯାଉଛି ଜୋରଦାର ଚର୍ଚ୍ଚା । ଟ୍ରମ୍ପ କହିଛନ୍ତି, ଯଦି ସେ ପୁଣି ଥରେ ଶାସନ କ୍ଷମତାକୁ ଫେରନ୍ତି ଅର୍ଥାତ ରାଷ୍ଟ୍ରପତି ଆସନରେ ବସନ୍ତି, ତେବେ ରୁଷ-ୟୁକ୍ରେନ ଯୁଦ୍ଧକୁ ମାତ୍ର ଗୋଟିଏ ଦିନ ଭିତରେ ଶେଷ କରିଦେବେ ।
ରିପବ୍ଲିକାନ୍ ପାର୍ଟିର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କିଛି ଏଭଳି ଚାଞ୍ଚଲ୍ୟକର ବୟାନ୍ ଦେଇଛନ୍ତି ଟ୍ରମ୍ପ । ସେ କହିଛନ୍ତି, ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ହେଉଛି ବିଶ୍ୱ । ଆଉ କେବଳ ସେ ହିଁ ଏହି ବିପଦରୁ ପୂରା ବିଶ୍ୱକୁ ରକ୍ଷାକରିପାରିବେ । ତେବେ ସୂଚନା ଅନୁଯାୟୀ, ୨୦୨୪ରେ ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଏବଂ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ପୁଣି ପ୍ରାର୍ଥୀ ହେବା ପାଇଁ ଜୋରଦାର ପ୍ରୟାସ ଚଳାଇଛନ୍ତି ଟ୍ରମ୍ପ । ଏହାରି ଭିତରେ ତାଙ୍କ ବୟାନକୁ ନେଇ ସାରା ବିଶ୍ୱରେ ହଇଚଇ ଖେଳିଯାଇଛି ।
Follow Us