କରୋନା ଭୁତାଣୁ କେଉଁଠୁ ଆସିଲା ଓ କିପରି ବ୍ୟାପିଲା ? ମୁହାଁମୁହିଁ ହେଲେ ଚୀନ ଓ ଆମେରିକା, ଚୀନକୁ ଟ୍ରମ୍ପଙ୍କ ଚେତାବନୀ ଜାଣିଣୁଣି ଭୂତାଣୁକୁ ପ୍ରସୟ ଦେଇଥିଲେ ବଡ଼ ପରିଣାମ ଭୋଗିବ ବେଜିଂ ।

3,031

କନକ ବ୍ୟୁରୋ: ଚୀନକୁ ଆମେରିକାର ଚେତାବନୀ। ଚୀନ ଯଦି ଜାଣିସୁଣି କରୋନା ଭୁତାଣୁ ସଂକ୍ରମଣକୁ ପ୍ରସ୍ରୟ ଦେଇଥିବ ତାହେଲେ ବେଜିଂକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାଇ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ। କାରଣ ସୁପର ପାୱାର ଆମେରିକା ମଧ୍ୟ କରୋନା ଭୁତାଣୁ ସମ୍ମୁଖରେ ଅସହାୟ ହୋଇପଡିଛି।

ଚୀନକୁ ଚରମ ବାଣୀ ଶୁଣାଇଛି ଆମେରିକା। ଚୀନର ଉହାନରୁ ଆରମ୍ଭ ହୋଇ ସାରା ବିଶ୍ୱକୁ ବ୍ୟାପିଥିବା କରୋନା ଭୁତାଣୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାକୁ ମଧ୍ୟ ଅସହାୟ କରିପକାଇଛି। ଏଥିପାଇଁ ଚୀନକୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ। ଚୀନ ଯଦି ଜାଣିସୁଣି କରୋନା ଭୁତାଣୁ ସଂକ୍ରମଣକୁ ପ୍ରସ୍ରୟ ଦେଇଥିବ ତାହେଲେ ବେଜିଂକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି। କୋଭିଡ଼- ୧୯କୁ ନେଇ ଚୀନର ରହସ୍ୟମୟ ବ୍ୟବହାର ଓ ପୂର୍ବରୁ ଏହି ଭୁତାଣୁ ସହ ଜଡିତ ତଥ୍ୟ ଦେବାରେ ପାରଦର୍ଶିତା ବଜାୟ ରଖିନଥିବା ଆମେରିକା ଅଭିଯୋଗ କରିଛି। ଏହାସହ ବେଜିଂ ଆମେରିକାକୁ ଅସହଯୋଗ କରିଥିବା କହିଛନ୍ତି ଟ୍ରମ୍ପ।

ପୂର୍ବରୁ କରୋନା ଭୁତାଣୁରେ ଚୀନରେ ହୋଇଥିବା ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଥିଲା ଆମେରିକା। ଏପରିକି ଚୀନରେ ଆମେରିକା ଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ବୟାନ ଦେଇଥିଲେ ଟ୍ରମ୍ପ। ପରେ ତୁରନ୍ତ ଉହାନର ମୃତ୍ୟୁ ସଂଖ୍ୟାକୁ ୫୦% ବଢାଇ ଦେଇଥିଲା ଚୀନ।  କରୋନା ଭୁତାଣୁ ସଂକ୍ରମଣକୁ ନେଇ ଆମେରିକା ବାରମ୍ବାର ଚୀନ ଠାରୁ ତଥ୍ୟ ମାଗିଛି। କିନ୍ତୁ ସବୁବେଳେ ତଥ୍ୟ ଲୁଚାଉ ଥିବା ଅଭିଯୋଗ କରିଛନ୍ତି ଆମେରିକା ରାଷ୍ଟ୍ରପତି। କରୋନା ଭୁତାଣୁ ସଂକ୍ରମଣରେ ଆମେରିକାରେ ଏପର୍ୟ୍ୟନ୍ତ ୭ ଲକ୍ଷ ୩୮ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୩୯ ହଜାର ଟପିଛି। ତେବେ ଗତ ୨୪ଘଣ୍ଟା ମଧ୍ୟରେ ୧ହଜାର ୮୯୧ ଜଣଙ୍କ ମୃତ୍ୟୁ ହୋଇଛି।