ଚାଇନା ଆପକୁ ନେଇ ଟ୍ରମ୍ପଙ୍କ କଡା ଚେତାବନୀ : ସେପ୍ଟେମ୍ବର ସୁଦ୍ଧା ଟିକଟକକୁ ଆମେରିକୀୟ କମ୍ପାନୀ ନକିଣିଲେ ଆମେରିକାରେ ହେବ ବ୍ୟାନ ; ଶତ ପ୍ରତିଶତ କମ୍ପାନୀ କିଣିବାକୁ ଆମେରିକା ରାଷ୍ଟ୍ରପତିଙ୍କ ଗୁରୁତ୍ୱ

365

କନକ ବ୍ୟୁରୋ : ଚାଇନା ଆପକୁ ନେଇ ଟ୍ରମ୍ପଙ୍କ କଡା ଚେତାବନୀ । ସେପ୍ଟେମ୍ବର ସୁଦ୍ଧା ଟିକଟକକୁ ଆମେରିକୀୟ କମ୍ପାନୀ ନକିଣିଲେ ଆମେରିକାରେ ବ୍ୟାନ ହେବ ଆପ୍ । ୩୦ ପ୍ରତିଶତ ବଦଳରେ ଶତ ପ୍ରତିଶତ କମ୍ପାନୀ କିଣିବାକୁ ଆମେରିକା ରାଷ୍ଟ୍ରପତିଙ୍କ ଡୋନାଲ୍ଡ ଟ୍ରମ୍ପ ଗୁରୁତ୍ୱ ଦେଉଥିବା ଜଣାପଡିଛି । ଏଥିସହ ଟିକଟକକୁ ଚାଇନିଜ୍ ମୂଳକମ୍ପାନୀ ବାଇଟଡ୍ୟାନ୍ସଠାରୁ କିଣିବା ନେଇ ଆମେରିକୀୟ କମ୍ପାନୀ ମାଇକ୍ରୋସଫ୍ଟ ମୁଖ୍ୟ ସତ୍ୟ ନାଣ୍ଡେଲାଙ୍କ ସହ ସେ କଥା ହୋଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଆମେରିକାରେ ଟିକଟକ୍କୁ ବ୍ୟାନ କଲେ ଫେସବୁକ୍, ଟୁଇଟ୍ ଭଳି ଆମେରିକୀୟ କମ୍ପାନୀକୁ ଚୀନରେ ବ୍ୟାନ କରିବାକୁ ଧମକ ଦେଇଛି ଚୀନ୍ । ଭାରତରେ ଚୀନ୍ ଆପ ଟିକଟକ ବ୍ୟାନ ହେବା ପରେ କମ୍ପାନୀ ବହୁ କ୍ଷତି ସହିଥିଲା । ପରେ ପରେ ବିଶ୍ୱର ଅନେକ ଦେଶ ଏହି ଚୀନ ଆପ୍ଲିକେସନକୁ ବ୍ୟାନ୍ କରିବା ନେଇ ଘୋଷଣା କରିଛନ୍ତି ।