ଆମେରିକା ରାଷ୍ଟ୍ରପତିଙ୍କ ଶରୀରରେ ନାହିଁ କରୋନା ଭୂତାଣୁ । ବ୍ରାଜିଲ୍ ପ୍ରତିନିଧି ଦଳ ସହ ବୈଠକ ପରେ ହୋଇଥିଲା ଟ୍ରମ୍ପଙ୍କ କରୋନା ଟେଷ୍ଟ । ଡାକ୍ତର କହିଲେ, ଟ୍ରମ୍ପଙ୍କ ରିପୋର୍ଟ ନେଗେଟିଭ୍ ।

444

କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ ଆଶ୍ୱସ୍ତି । ଟ୍ରମ୍ପଙ୍କୁ ହୋଇନାହିଁ କରୋନା । ଟ୍ରମ୍ପଙ୍କ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଛି । ଆଜି ଏନେଇ ଡାକ୍ତର ରିପୋର୍ଟ ଜାରି କରିଛନ୍ତି । ପିଟିଆଇ ହ୍ୱାଇଟ୍ ହାଉସ ପକ୍ଷରୁ ଡାକ୍ତରଙ୍କ ରିପୋର୍ଟ ଆସିଥିବା ନେଇ ସୂଚନା ଜାରି କରିଛି । ଆମେରିକା ସମୟ ଅନୁସାରେ ଶୁକ୍ରବାର ହିଁ ରାଷ୍ଟ୍ରପତି ଟ୍ରମ୍ପ କରାଇଥିଲେ କରୋନା ଭୂତାଣୁ ପାଇଁ ପରୀକ୍ଷା । ତାଙ୍କର ସାମ୍ପଲ ପରୀକ୍ଷା ନେଇ ରିପୋର୍ଟ ୨୪ ଘଂଟା ଆଗରୁ ଆସିଛି ।

ସେପଟେ ଟ୍ରମ୍ପଙ୍କ ଠାରେ କରୋନାକୁ ନେଇ କୌଣସି ଲକ୍ଷଣ ଦେଖା ଦେଇନଥିବା ବି ଜଣାପଡିଛି । ବ୍ରାଜିଲରୁ ଏକ ପ୍ରତିନିଧି ଦଳ ଆମେରିକା ଗସ୍ତରେ ଆସିଥିଲେ । ସନ୍ଦେହ କରାଯାଉଥିଲା ଏହି ଦଳରେ ଜଣେ କରୋନା ସନ୍ଦିଗ୍ଧ ରହିଥିଲେ । ଏହାକୁ ନେଇ ଆମେରିକା ରାଷ୍ଟ୍ରପତି କରାଇଥିଲେ କରୋନା ପରୀକ୍ଷା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାକ୍ତର ଡି ସିନ୍ କୋନଲି ଏନେଇ ହ୍ୱାଇଟ୍ ହାଉସର ପ୍ରେସ୍ ସେକ୍ରେଟାରୀଙ୍କୁ ସୂଚନା ଦେଇଛନ୍ତି କି ରାଷ୍ଟ୍ରପତିଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ତେଣୁ ଭୟକରିବାର କିଛି ନାହିଁ । ସବୁଠାରୁ ମଜାଦାର କଥା ହେଉଛି ଆମେରିକା ରାଷ୍ଟ୍ରପତିଙ୍କ କରୋନା ରିପୋର୍ଟ ନିର୍ଦ୍ଦାରିତ ସମୟ ଠାରୁ ବହୁ ଆଗରୁ ଆସିଛି ।