କନକ ବ୍ୟୁରୋ: ଇସ୍ରାଇଲ-ହମାସ ଯୁଦ୍ଧ ଭିତରେ ବଡ଼ ଅଭିଯୋଗ ଆଣିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହମାସ ଆକ୍ରମଣ ପଛରେ ପରୋକ୍ଷ ଭାବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ହାତ ଥିବା କହିଛନ୍ତି ଟ୍ରମ୍ପ । ଆମେରିକାର ଟିକସଦାତାଙ୍କ ଅର୍ଥ ଆକ୍ରମଣକାରୀଙ୍କୁ ପାଣ୍ଠି ଯୋଗାଉଥବା ଦୁଃଖର ସହ କହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି । ଟ୍ରମ୍ପ ଅଭିଯୋଗ ପରେ ଆମେରିକାର ବିରୋଧୀ ଦଳ ରିପବ୍ଲିକାନ ପାର୍ଟି ବଡ଼ ଅଭିଯୋଗ ଆଣଛି । ଗତ ସେପ୍ଟେମ୍ବରରେ କଏଦୀ ଅଦଳବଦଳ ନେଇ ଇରାନ-ଆମେରିକା ମଧ୍ୟରେ ହୋଇଥିବା ପ୍ରାୟ ୫୦ ହଜାର କୋଟି ଟଙ୍କାର ଚୁକ୍ତି ହୋଇଥିଲା । ଏହି ଟଙ୍କା ହମାସ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇଥିବା ଅଭିଯୋଗ କରିଛି ରିପବ୍ଲିକାନ ପାର୍ଟି । କିନ୍ତୁ ହ୍ୱାଇଟ୍ ହାଉସ ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରିବା ସହ ଶାସକ-ବିରୋଧୀ ଏକାଠୀ ହୋଇ ଇସ୍ରାଏଲ ସହ ଠିଆ ହେବା ଦରକାର ଦରକାର ବୋଲି କୁହାଯାଇଛି ।