ଜାତିସଂଘ ବୈଠକରେ ସୁଷମାଙ୍କୁ ଭେଟିଲେ ଆମେରିକା ରାଷ୍ଟ୍ରପତି ! ଟ୍ରମ୍ପ୍ କହିଲେ, ମୁଁ ଭାରତକୁ ଭଲପାଏ, ବନ୍ଧୁ ମୋଦିଙ୍କୁ ଜଣାଇବ ଶୁଭେଚ୍ଛା ।

Advertisment
ଆଇଏସ୍ ବିରୋଧୀ ସଂଗ୍ରାମରେ ବିଜୟୀ ହେଲେ ଟ୍ରମ୍ପ ସରକାର ! ସିରିଆରୁ ସୈନ୍ୟ ପ୍ରତ୍ୟାହର ଆରମ୍ଭ କଲା ଆମେରିକା

image courtesy - www.thestar.com.my

କନକ ବ୍ୟୁରୋ : ମନର କଥା କହିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନ୍ୟୁୟର୍କରେ ମିଳିତ ଜାତିସଂଘ ବୈଠକରେ ଯୋଗ ଦେବାକୁ ଯାଇଥିବା ଭାରତୀୟ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଟ୍ରମ୍ପ କହିଛନ୍ତି ମନର କଥା । ସେ କହିଛନ୍ତି ଯେ ଭାରତକୁ ସେ ବହୁତ ଭଲ ପାଆନ୍ତି । ଏବଂ ମୋଦିଙ୍କୁ ନିଜର ବନ୍ଧୁ ବୋଲି ସମ୍ବୋଧିତ କରିଛନ୍ତି । ଏହାସହ ତାଙ୍କ ବନ୍ଧୁ ମୋଦିଙ୍କୁ ସଲାମ ଜଣାଇଦେବା ପାଇଁ କହିଛନ୍ତି ଆମେରିକା ରାଷ୍ଟ୍ରପତି ।

ମିଳିତ ଜାତିସଂଘରେ ଆମେରିକା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏପରି କହିଛନ୍ତି ଟ୍ରମ୍ପ । କାର୍ଯ୍ୟକ୍ରମ ଶେଷ ପରେ ଆମେରେକୀୟ ରାଜଦୂତ ନିକ୍କି ହେଲ୍ଲୀ ସୁଷମାଙ୍କୁ ଆଲିଙ୍ଗନ କରିଥିଲେ । ଏବଂ ଟ୍ରମ୍ପଙ୍କ ସହ ତାଙ୍କର ପରିଚୟ କରାଇଥିଲେ । ଏହି ସମୟରେ ସୁଷମା କହିଥିଲେ ମୋଦିଙ୍କ ତରଫରୁ ସେ ଟ୍ରମ୍ପଙ୍କ ପାଇଁ ଅନେକ ଶୁଭକାମନା ଆଣିଛନ୍ତି । ସୁଷମାଙ୍କ ପ୍ରତି ଉତ୍ତରରେ ଟ୍ରମ୍ପ ଏପରି କହିଛନ୍ତି ଯେ ଭାରତକୁ ସେ ବହୁତ ଭଲ ପାଆନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe