କନକ ବ୍ୟୁରୋ : ମନର କଥା କହିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନ୍ୟୁୟର୍କରେ ମିଳିତ ଜାତିସଂଘ ବୈଠକରେ ଯୋଗ ଦେବାକୁ ଯାଇଥିବା ଭାରତୀୟ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଟ୍ରମ୍ପ କହିଛନ୍ତି ମନର କଥା । ସେ କହିଛନ୍ତି ଯେ ଭାରତକୁ ସେ ବହୁତ ଭଲ ପାଆନ୍ତି । ଏବଂ ମୋଦିଙ୍କୁ ନିଜର ବନ୍ଧୁ ବୋଲି ସମ୍ବୋଧିତ କରିଛନ୍ତି । ଏହାସହ ତାଙ୍କ ବନ୍ଧୁ ମୋଦିଙ୍କୁ ସଲାମ ଜଣାଇଦେବା ପାଇଁ କହିଛନ୍ତି ଆମେରିକା ରାଷ୍ଟ୍ରପତି ।
ମିଳିତ ଜାତିସଂଘରେ ଆମେରିକା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏପରି କହିଛନ୍ତି ଟ୍ରମ୍ପ । କାର୍ଯ୍ୟକ୍ରମ ଶେଷ ପରେ ଆମେରେକୀୟ ରାଜଦୂତ ନିକ୍କି ହେଲ୍ଲୀ ସୁଷମାଙ୍କୁ ଆଲିଙ୍ଗନ କରିଥିଲେ । ଏବଂ ଟ୍ରମ୍ପଙ୍କ ସହ ତାଙ୍କର ପରିଚୟ କରାଇଥିଲେ । ଏହି ସମୟରେ ସୁଷମା କହିଥିଲେ ମୋଦିଙ୍କ ତରଫରୁ ସେ ଟ୍ରମ୍ପଙ୍କ ପାଇଁ ଅନେକ ଶୁଭକାମନା ଆଣିଛନ୍ତି । ସୁଷମାଙ୍କ ପ୍ରତି ଉତ୍ତରରେ ଟ୍ରମ୍ପ ଏପରି କହିଛନ୍ତି ଯେ ଭାରତକୁ ସେ ବହୁତ ଭଲ ପାଆନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/20180904T192611Z_1_LYNXNPEE831MV_RTROPTP_4_USATRUMP.jpg)