ଆମେରିକାରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତାରୁ ଡୋନାଲ୍ଡ ଟ୍ରମ୍ପଙ୍କ ଅଯୋଗ୍ୟତା ସମ୍ପର୍କ ନିଷ୍ପତି ପରେ ବିବେକ ରାମସ୍ୱାମୀ ତାଙ୍କୁ ଖୋଲାଖୋଲି ସମର୍ଥନ କରିଛନ୍ତି । ଭାରତୀୟ ମୂଳ ଆମେରିକୀୟ ତଥା ରିପବ୍ଲିକାନ୍ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ରାମସ୍ୱାମୀ ମଧ୍ୟ ତାଙ୍କ ନାମ ପ୍ରତ୍ୟାହାର କରିବାକୁ ଚେତାବନୀ ଦେଇଛନ୍ତି।
ୱାଶିଂଟନ୍: ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ 'ଅଯୋଗ୍ୟତା' ନିଷ୍ପତି ପ୍ରତ୍ୟାହାର ନ ହେଲେ ଭାରତୀୟ-ଆମେରିକୀୟ ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ୱାମୀ କଲରାଡୋ ପ୍ରାଥମିକ ମତଦାନରୁ ତାଙ୍କ ନାମ ପ୍ରତ୍ୟାହାର କରିବାକୁ ଚେତାବନୀ ଦେଇଛନ୍ତି । ମଙ୍ଗଳବାର ଦିନ କଲରାଡୋ ସୁପ୍ରିମକୋର୍ଟ ଟ୍ରମ୍ପଙ୍କୁ ରାଜ୍ୟର ପ୍ରାଥମିକ ନିର୍ବାଚନରେ ​​ନିର୍ବାଚନ ଲଢିବାକୁ ବାରଣ କରିବା ପରେ ରାମସ୍ୱାମୀଙ୍କ ଏହି ପଦକ୍ଷେପ ଆସିଛି । ୬ ଜାନୁୟାରୀ ୨୦୨୧ ରେ ନିର୍ବାଚନ ପରେ ହୋଇଥିବା ବିଦ୍ରୋହରେ ସେ ଜଡିତ ଥିବା କୋର୍ଟ କହିଛନ୍ତି।
ରାମସ୍ବାମୀ ତାଙ୍କ ରିପବ୍ଳିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ସମର୍ଥନରେ ଦୃଢ ଭାବେ ଛିଡା ହୋଇଛନ୍ତି । ସୋସିଆଲ ମେଡ଼ିଆ ପ୍ଲାଟଫର୍ମ x ରେ ଏକ ପୋଷ୍ଟ ସେୟାର କରି ସେ କହିଛନ୍ତି ‘ ଏହ ଲୋକତନ୍ତ୍ର ଉପରେ ଏକ ବାସ୍ତବିକ ଆକ୍ରମଣର ନିଛକ ଉଦାହରଣ । ଏହ ଆମେରିକାର ଗଣତାନ୍ତ୍ରିକ ସଂସ୍କୃତି ଏବଂ ସମ୍ଭିଧାନ ବିରୁଦ୍ଧରେ ଏକ ଅଭୂତପୂର୍ବ ପଦକ୍ଷେପ । ଡେମୋକ୍ରାଟ ବିଚାରପତିମାନଙ୍କର ଏକ ଦଳ ଟ୍ରମ୍ପଙ୍କୁ ଅଟକେଇବାକୁ ଚେଷ୍ଟା କରୁଛନ୍ତି ।‘ ସେ ଆହୁରି ମଧ୍ୟ କହିଛନ୍ତି ‘ ଯଦି ଟ୍ରମ୍ପଙ୍କୁ ନିର୍ବାଚନରେ ଲଢିବାକୁ ସୁଯୋଗ ଦିଆନଯାଏ ତେବେ ସେ କଲରାଡୋ ପ୍ରାଥମିକ ମତଦାନରୁ ତାଙ୍କ ନାମ ପ୍ରତ୍ୟାହାର କରିନେବେ ‘ । ଏହା ଛଡା ସେ ନିଜର ସହଯୋଗୀ ପ୍ରାର୍ଥୀ ମାନଙ୍କୁ ମଧ୍ୟ ଏପରି କରିବାକୁ ଅନୁରୋଧ କରିଛନ୍ତି ।
ଟ୍ରମ୍ପଙ୍କୁ ନିର୍ବାଚନରୁ ବାହାର କରିବାକୁ ଚେଷ୍ଟା କରାଯାଉଛି
ରାମସ୍ୱାମୀ କହିଛନ୍ତି ଯେ ଏହା କରିବାରେ ସେମାନଙ୍କର ବିଫଳତାର ଅର୍ଥ ହେଉଛି 'ସେମାନେ ଏହି ବେଆଇନ ଆଦେଶକୁ କୌଶଳକ୍ରମେ ସମର୍ଥନ କରୁଛନ୍ତି ଯାହା ଆମ ଦେଶ ପାଇଁ ଅତ୍ୟନ୍ତ ଭୟଙ୍କର ପରିଣାମ ଆଣିବ'। ଜାନୁୟାରୀ ୬ , ୨୦୨୧ ଆକ୍ରମଣରେ ଟ୍ରମ୍ପଙ୍କ ଭୂମିକାକୁ ଶୀର୍ଷ ପ୍ରାଦେଶିକ କୋର୍ଟ ଦର୍ଶାଇଥିଲେ ଯେତେବେଳେ ସମର୍ଥକଙ୍କ ଭିଡ଼ ଆମେରିକା କଂଗ୍ରେସ ଉପରେ ଆକ୍ରମଣ କରିଥିଲା ​​- ତାଙ୍କ ଅନୁରୋଧ ଏବଂ ନିର୍ଦ୍ଦେଶ ଅନୁଯାୟୀ ହୋଇଥିଲା । ଏହି ନିଷ୍ପତ୍ତି ଆମେରିକାର ସମ୍ବିଧାନର ସଂଶୋଧନ ୧୪ ଅଧୀନରେ ଆସିଛି, ଯେଉଁଥିରେ ବିଦ୍ରୋହରେ ଜଡିତ ଲୋକଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବାରଣ କରାଯାଇଛି । ରାମସ୍ବାମୀ କହିଛନ୍ତି ଟ୍ରମ୍ପଙ୍କୁ ନିର୍ବାଚନ ଦୌଡ଼ରୁ ବାହାର କରିବାର ସବୁପ୍ରକାର ଚେଷ୍ଟା ଚାଲିଛି । ଦ୍ଵିଦଳୀୟ ପ୍ରତିଷ୍ଠାନ ଏବେ ତାଙ୍କୁ ଦ୍ବିତୀଯ ଥର କ୍ଷମତା ଦଖଲରୁ ବଞ୍ଚିତ କରିବାକୁ ନୂଆ ନୂଆ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି । ଟ୍ରମ୍ପ ଅଭିଯାନର ପ୍ରବକ୍ତା କହିଛନ୍ତି ମଙ୍ଗଳବାର ରାତିରେ ଅପିଲ ଦଖଲ କରାଯିବ । ଫକ୍ସ ନ୍ଯୁଜ ଅନୁସାରେ ଟ୍ରମ୍ପଙ୍କ ଅଯୋଗ୍ୟତା ସମ୍ବନ୍ଧିତ ମାମଲା ଟେକ୍ସାସ, ନେଭାଡା, ଏବଂ ବିକିନସନ ସମେତ ୧୩ ଟି ପ୍ରାନ୍ତରେ ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/bibek.jpg)