ସମୟ ପୂର୍ବରୁ ଯାଇପାରେ ଟ୍ରମ୍ପଙ୍କ ପଦ : ୨୫ତମ ସମ୍ବିିଧାନ ସଂଶୋଧନ ଜରିଆରେ ହୋଇପାରେ କାର୍ଯ୍ୟାନୁଷ୍ଠାନ; ଆସିପାରେ ମହାଅଭିଯୋଗ

ରାଷ୍ଟ୍ରପତିଙ୍କ ସୋସିଆଲ ଆକାଉଂଟ ବନ୍ଦ କଲା ଫେସବୁକ୍

106

କନକ ବ୍ୟୁରୋ : ବ୍ୟାପକ ହିଂସାକାଣ୍ଡ ଭିତରେ ଆମେରିକାରେ ଟ୍ରମ୍ପ ଯୁଗର ରକ୍ତାକ୍ତ ଅବସାନ ଘଟିଛି । ଜାନୁଆରି ୨୦ ତାରିଖରେ ଜୋ-ବାଇଡେନ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ତେବେ ଆମେରିକାର ଚଳିତ ନିର୍ବାଚନ, ଆମେରିକାର ଗଣତାନ୍ତ୍ରିକ ଇତିହାସରେ ଏକ ଅପଖ୍ୟାତିର କଳା ଦାଗ ଲଗାଇ ଦେଇଛି । ଟ୍ରମ୍ପ ନିଜ ପରାଜୟକୁ ଶେଷ ପର୍ଯ୍ୟନ୍ତ ଅସ୍ୱୀକାର କରି କ୍ଷମତା ଜାବୁଡି ଧରିବାର ଅପପ୍ରୟାସ କରିଥିଲେ ।

ବୁଧବାର ଦିନ ଆମେରିକାର ସଂସଦ, କ୍ୟାପିଟଲ୍ ବିଲ୍ଡିଂକୁ କବଜା କରିବାକୁ ଉଦ୍ୟମ କରିଥିଲେ ଟ୍ରମ୍ପଙ୍କ ସମର୍ଥକ । ଯେଉଁ ରକ୍ତାକ୍ତ ହିଂସାକାଣ୍ଡ ଘଟିଲା, ସେଥିରେ ୪ ଜଣଙ୍କ ଜୀବନ ଯାଇଛି । ଏହି ଘଟଣା ପରେ ଫେସ୍ବୁକ୍ ମୁଖ୍ୟ ମାର୍କ ଜୁକରବର୍ଗ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରିଥିଲେ ଏବଂ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବା ଅତିକମରେ ଆସନ୍ତା ୨ ସପ୍ତାହ ଯାଏଁ ପ୍ରେସିଡେଂଟ ଟ୍ରମ୍ପ ଆଉ ଫେସବୁକ୍ ଓ ଇନଷ୍ଟାଗ୍ରାମ ବ୍ୟବହାର କରିପାରିବେ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି ।

ସେପଟେ ସମୟ ପୂର୍ବର ଯାଇପାରେ ଡୋନାଲ୍ଡ ଟ୍ରମ୍ପଙ୍କ ପଦ । ଆମେରିକା ସଂସଦର ବାଚସ୍ପତି ଓ କେତେକ ସାଂସଦ ୨୫ତମ ସମ୍ବିିଧାନ ସଂଶୋଧନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏବଂ ଏପରି ନହେଲେ କାର୍ଯ୍ୟାନୁଷ୍ଠାନ ମହାଭିଯୋଗ ପ୍ରସ୍ତାବ ଆସିପାରେ ।