କନକ ବ୍ୟୁରୋ : ଆଉ ମାତ୍ର କିଛି ସମୟର ଅପେକ୍ଷା ଆମେରିକାରେ ଆରମ୍ଭ ହୋଇଯିବ ଟ୍ରମ୍ପ ଯୁଗ । ଭାରତୀୟ ସମୟ ରାତି ପ୍ରାୟ ସାଢେ ୧୦ଟା ରେ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ । ଏବେ ପୁରା ବିଶ୍ୱର ନଜର ରହିଛି ଆମେରିକା ଉପରେ । ଏକ ପ୍ରକାର ଆଶା ଓ ଆଶଙ୍କାର ବାତାବରଣ ସୃଷ୍ଟି ହୋଇଛି ।
ବିଦେଶୀ ରାଷ୍ଟ୍ରଙ୍କ ପ୍ରତି କେମିତି ରହିବ ଟ୍ରମ୍ପର ଆଭିମୁଖ୍ୟ । କେମିତି ପରିଚାଳନା କରିବେ ଦେଶର ବିଦେଶ ନୀତି । ନିର୍ବାଚନ ସମୟ ଆମେରିକା ଜନତାଙ୍କୁ ପ୍ରଲୋଭିତ କରିବା ପାଇଁ ଅନେକ ବିବାଦୀୟ ମତ ଦେଇ ବିବାଦ ଘେରକୁ ଆସିଥିବା ଟ୍ରମ୍ପଙ୍କ ରାଷ୍ଟ୍ରନୀତି କଣ ହେବ ତାକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ଏପେଟ ଆଜି ଡୋନାଲ ଟ୍ରମ୍ପ ଶପଥ ନେଉଥିବା ବେଳେ ପ୍ରତିବାଦ ବି ଜୋର ଧରିଛି । ନ୍ୟୁୟର୍କର ଡ୍ରମ୍ପ ଟାୱାରରେ ଶହ ଶହ ଲୋକ ରୁଣ୍ଡ ହୋଇ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/vlcsnap-2017-01-20-21h04m16s575.png)