ଇସ୍ରାଏଲ ବୈଜ୍ଞାନିକଙ୍କ ବଡ ଖୋଲାସା । ମଙ୍ଗଳ ଗ୍ରହରେ ଅଛନ୍ତି ଏଲିଅନ । ଟ୍ରମ୍ପ୍ ଜାଣିଛନ୍ତି ସମ୍ପୁର୍ଣ୍ଣ ସତ୍ୟ

ଏଲିଅନଙ୍କ ସଂପର୍କରେ ଅଛନ୍ତି ଟ୍ରମ୍ପ !

1,588

କନକ ବ୍ୟୁରୋ : ଇସ୍ରାଏଲର ପୂର୍ବତନ ମହାକାଶ ସୁରକ୍ଷା ବୋର୍ଡର ପ୍ରମୁଖ ସଦସ୍ୟ ହେମ ଇସେଦ ଏମିତି କିଛି ଦାବି କରିଛନ୍ତି ଯାହା ଉପରେ ଭରଶା କରିବା କାଫି ମୁସ୍କିଲ ହୋଇଛି । ଇସେଦଙ୍କ କହିବା ମୁତାବକ ମହାକାଶରେ ଏଲିଅନ ଥିବା କଥା ସତ । ସେମାନେ କେବେ କେବେ ପୃଥିବୀକୁ ଆସିଥା’ନ୍ତି ଓ ମଙ୍ଗଳ ଗ୍ରହରେ ସେମାନେ ବାସ କରନ୍ତି । ସେ ଆହୁରି ଦାବି କରିଛନ୍ତି କି ଏଲିଅନ ମାନଙ୍କର ଇସ୍ରାଏଲ ଓ ଆମେରିକା ସହିତ ସଂପର୍କ ରହିଛି । ଖାଲି ଏତିକି ନୁହେଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ସବୁକିଛି ଜାଣିଛନ୍ତି ବୋଲି ଇସେଦ ଦାବି କରିଛନ୍ତି । ଇସେଦ କହିଛନ୍ତି କି ଏକଥାକୁ ଏଥିପାଇଁ ଚପାଇ ଦିଆଯାଇଛି କି ଏପର୍ଯ୍ୟନ୍ତ ମାନବ ସଭ୍ୟତା ଏଲିଅନଙ୍କ ଅବସ୍ଥିତି ନେଇ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହନ୍ତି ।
୩୦ ବର୍ଷ କାଳ ଇସ୍ରାଏଲର ମହାକାଶ ସୁରକ୍ଷା ପ୍ରୋଗ୍ରାମ ସମ୍ଭାଳି ଥିବା ଇସେଦ ଇସ୍ରାଏଲ ଖବର କାଗଜ ‘ୟେଦିଔଦ ଅହରୋନେତ’ ସହିତ ଏକ ସାକ୍ଷାତ କାର ଦେବା ବେଳେ ଏଭଳି ଦାବି କରିଛନ୍ତି । ସେ କହିଛନ୍ତି କି ଗାଲାକ୍ଟିକ୍ ଫେଡେରେସନ ନାମକ ଏକ ସଂସ୍ଥା ମାଧ୍ୟମରେ ଆମେରିକା ସହିତ ଏକ ଗୁପ୍ତ ଚୁକ୍ତି ହୋଇଛିି । ଯାହା ଦ୍ୱାରା ମଙ୍ଗଳଗ୍ରହର ମାଟିତଳେ ଏକ ଆଡ୍ଡା ପ୍ରସ୍ତୁତ କରାଯାଇଛି । ଯେଉଁଠାରେ କି ଏଲିଅନ ମାନେ ବାସ କରୁଛନ୍ତି । ଯେଉଁ ଆଡ୍ଡା ସହ ଟ୍ରମ୍ପ୍ ସଂପର୍କରେ ରହିଛନ୍ତି । ଟ୍ରମ୍ପ ଏନେଇ ଖୋଲାସା କରିବାକୁ ନିସ୍ପତ୍ତି ନେଇଥିଲେ ହେଲେ ଏଲିଅନ ମାନଙ୍କ ଚାପ ଫଳରେ ସେ ତାହାର ଖୋଲାସା କରିପାରିନଥିଲେ । ସେ କହିଛନ୍ତି କି ଏଲିଅନ ଓ ଆମେରିକା ସରକାରଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି । ଏହାସହ ଏଲିଅନ ମାନଙ୍କ ସହିତ ଟ୍ରମ୍ପଙ୍କ କାର୍ଯ୍ୟାଳୟରୁ ସର୍ବଦା ବର୍ତ୍ତା ସରବରାହ କରାଯାଉଛି ।
ଇସ୍ରାଏଲର ଅନ୍ୟ ବିଶେଷଜ୍ଞ ମାନେ ଦାବି କରିଛନ୍ତି କି ଆମେରିକା ଏଜେଣ୍ଟ ମାନଙ୍କ ସହିତ ମିଶି ବ୍ରହ୍ମାଣ୍ଡର କିଛି ଆଶ୍ଚର୍ଯ୍ୟ ଖୋଲାସା କରିବାକୁ ଚାହୁଁଛନ୍ତି । ଇସେଦ କହିଛନ୍ତି କି ଆମେରିକା ତରଫରୁ ଏଲିଅନ ମାନଙ୍କୁ ସେମାନଙ୍କ ଉପସ୍ଥିତି ସଂପର୍କରେ ଖୋଲାସା ନକରିବାକୁ କୁହାଯାଇଛି । କାରଣ ମାନବ ସଭ୍ୟତା ଏପର୍ଯ୍ୟନ୍ତ ସେମାନଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇ ନାହାନ୍ତି । ଇସେଦଙ୍କ ମୁତାବକ ଥରେ ଟ୍ରମ୍ପ୍ ଏଲିଅନ ମାନଙ୍କ ସଂପର୍କରେ ଖୋଲାସା କରିବାକୁ ପ୍ରସ୍ତୁତ ହୋଇଥିଲେ । ହେଲେ ଗେଲକ୍ଟିକ୍ ଫେଡେରେସନରେ ସାମିଲ ଥିବା ଏଲିଅନ ମାନେ ଆଉକିଛି ଦିନ ଅପେକ୍ଷା କରିବାକୁ ଟ୍ରମ୍ପଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଇସେଦ କିହିଛନ୍ତି କି ଏବେ ମଣିଷ ମାନଙ୍କ ଭିତରେ ବହୁତ କିଛି ଉନ୍ମାଦ ସୃଷ୍ଟି କରିବାକୁ ଚାହୁଁ ନାହାନ୍ତି । ଏଲିଅନ ମାନେ ଚାହୁଁଛନ୍ତି କି ସେମାନେ ପ୍ରଥମେ ମାନସିକ ସଥରରେ ସୁସ୍ଥ ଓ ବୁଦ୍ଧିମାନ ହେବା ଦରକାର । ଏଭଳି ସ୍ଥିତି ଆସିବା ଯାଏ ଏଲିଅନ ମାନେ ସେମାନଙ୍କ ଗତିବିଧିକୁ ଗୁପ୍ତ ରଖିବାକୁ ଚୁକ୍ତି କରିଛନ୍ତି ।
ତାଙ୍କ ସୂଚନା ମୁତାବକ ମଙ୍ଗଳ ଗ୍ରହରେ ଏଲିଅନ୍ ମାନଙ୍କର ଏକ ଆଡ୍ଡାସ୍ଥଳୀ ରହିଛି । ଯେଉ:ଠି ଏଲିଅନ ମାନଙ୍କର ପ୍ରତିନିଧି ଓ ଆମେରିକାର ପ୍ରତିନିଧି ଯାତ୍ରୀ ରହିଛନ୍ତି । ଏନେଇ ଇସେଦ ଯଦି ୫ ବର୍ଷ ଆଗରୁ ଖୋଲାସା କରିଥାନ୍ତେ ତାହେଲେ ତାଙ୍କ ଜୀବନ ପ୍ରତି ବିପଦ ରହିଥା’ନ୍ତା ।
ସେ କହିଛନ୍ତି କି ‘ମୁଁ ଯେଉଁଠି ଯେଉଁଠି ଏହି ବାବଦରେ ଆଲୋଚନା କରିଛି ସେଠାରେ ଲୋକମାନେ ମୋତେ ପାଗଳ ବୋଲି କହିଛନ୍ତି ’ । ଇସେଦ କହିଛନ୍ତି କି ମୋ ପାଖରେ ଖାଇବାକୁ ଟଙ୍କା ନାହିଁ । ମୋ ପାଖରେ କେବଳ ମୋ ଡିଗ୍ରୀ ଓ ପୁରସ୍କାର ରହିଛି । ଦୁନିଆର ଅନେକ ବିଶ୍ୱବିଦ୍ୟାଳୟ ମୋତେ ପୁରସ୍କୃତ କରିଛନ୍ତି । ଇସେଦ ଏକ ପୁସ୍ତକ ରଚନା କରିଛନ୍ତି । ସେଥିରେ ସେ ଏଲିଅନ ମାନେ ପୃଥିବୀକୁ କିଭଳି ପରମାଣୁ ଆକ୍ରମଣରୁ ରୋକିଥିଲେ ତାହା ଉପରେ ବିଶେଷ ଆଲୋଚନା କରିଛନ୍ତି ।
କହିରଖୁ କି ଇସେଦ ୨୦୧୧ ମସିହାରେ ଅବସର ନେଇଥିଲେ । ସେତେବେଳେ ଇସ୍ରାଏଲ ଗଣମାଧ୍ୟମ ତାଙ୍କୁ ସାଟେଲାଇଟ୍ କାର୍ଯ୍ୟକ୍ରମର ଜନକ କହିଥିଲା ।