ଚର୍ଚ୍ଚାରେ ଆମେରିକା ରାଷ୍ଟ୍ରପତିଙ୍କ ଟ୍ୱିଟ ! ନିଜ ପେଜରେ ଲେଖିଛନ୍ତି, ଶ୍ରୀଲଙ୍କା ବିସ୍ଫୋରଣରେ ୧୩୮ ନିୟୁତ ହରାଇଛନ୍ତି ପ୍ରାଣ, ହେଲେ ସେଠାରେ ଜନସଂଖ୍ୟା ମାତ୍ର ୨୧ ନିୟୁତ

Advertisment
ଚର୍ଚ୍ଚାରେ ଆମେରିକା ରାଷ୍ଟ୍ରପତିଙ୍କ ଟ୍ୱିଟ ! ନିଜ ପେଜରେ ଲେଖିଛନ୍ତି, ଶ୍ରୀଲଙ୍କା ବିସ୍ଫୋରଣରେ ୧୩୮ ନିୟୁତ ହରାଇଛନ୍ତି ପ୍ରାଣ, ହେଲେ ସେଠାରେ ଜନସଂଖ୍ୟା ମାତ୍ର ୨୧ ନିୟୁତ
କନକ ବ୍ୟୁରୋ : ଶ୍ରୀଲଙ୍କା ବିସ୍ଫୋରଣ ସଂକ୍ରାନ୍ତରେ ଶୋକବାର୍ତ୍ତା ଟୁଇଟ୍ କରିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଗୋଟାଏ ସାଙ୍ଘାତିକ ତ୍ରୁଟି କରି ପକାଇଥିଲେ। ନିଜର ଆନ୍ତରିକ ଶୋକବାର୍ତ୍ତା ଟୁଇଟ୍ କଲା ବେଳେ ସେ ବିସ୍ଫୋରଣଜନିତ ମୃତ୍ୟୁସଂଖ୍ୟା ‘୧୩୮ ନିୟୁତ’ ବୋଲି ଲେଖି ପକାଇଥିଲେ। ବାସ୍ତବରେ ମୃତ୍ୟୁସଂଖ୍ୟା ସେତେବେଳେ ଥିଲା ୨୦୦ ମଧ୍ୟରେ। ତା’ଛଡ଼ା ଶ୍ରୀଲଙ୍କାର ଜନସଂଖ୍ୟା ମାତ୍ର ୨୧ ନିୟୁତ।କିଛି ସମୟ ପରେ ସେ ଟୁଇଟ୍କୁ ଡିଲିଟ୍ କରି ଡୋନାଲ୍ଡ୍ ଟ୍ରମ୍ପ୍ ସାନି ଟୁଇଟ୍ ପୋଷ୍ଟ୍ କଲେ।
publive-imageଯାହାହେଉ, ଏଥର ସେ ମୃତ୍ୟୁସଂଖ୍ୟା ପରେ ‘ନିୟୁତ’ ଶବ୍ଦ ଉଠାଇ ନେଇଥିଲେ। ଦ୍ୱୀପ ଦେଶ ଶ୍ରୀଲଙ୍କାରେ ଇଷ୍ଟର୍ ପାଳନକୁ ନଷ୍ଟ କରି ଗୀର୍ଜା ଓ ପଞ୍ଚ-ତାରକା ହୋଟେଲମାନଙ୍କରେ ଆଠଟି ବିସ୍ଫୋରଣ ହେବା ପରେ ହିଁ ଟ୍ରମ୍ପ୍ ଏହି ଟୁଇଟ୍ କରିଥିଲେ। ଭୁଲ୍ ସୂଚନା ଓ ମିଥ୍ୟା ସମ୍ବାଦ ପ୍ରସାରଣ ରୋକିବା ଲାଗି ଶ୍ରୀଲଙ୍କା ସରକାର ଟୁଇଟର୍ ଓ ଫେସ୍ବୁକ୍ ସମେତ ଅନ୍ୟ ପ୍ରମୁଖ ସାମାଜିକ ଗଣମାଧ୍ୟମଗୁଡ଼ିକୁ ବ୍ଲକ୍ କରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଭୟାନକ ବିସ୍ଫୋରଣ ଘଟଣାକୁ ନିନ୍ଦା କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe