ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଭାରତ ଓ ଚୀନର ଆଲୋଚନା କରିଛନ୍ତି । ଟ୍ରମ୍ପ କହିଛନ୍ତି କି, ଭାରତ, ଚୀନ ଓ ରୁଷରେ ଶୁଦ୍ଧ ପବନ ଓ ଶୁଦ୍ଧ ପାଣି ନାହିଁ । ଏବଂ ଏହି ଦେଶ ବିଶ୍ୱର ପରିବେଶ ପ୍ରତି ନିଜ ଦାୟିତ୍ୱ ତୁଲାଉନାହାଁନ୍ତି । ଟ୍ରମ୍ପ ବ୍ରିଟିଶ ଚ୍ୟାନେଲ ଆଇଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ ଏହି କଥା କହିଛନ୍ତି । ପ୍ୟାରିସ ଜଳବାୟୁ ବୁଝାମଣାରୁ ବହାରିଯାଇଥିବା ଟ୍ରମ୍ପ ଏହା ଦାବି କରିଛନ୍ତି କି ଆମେରିକାର ଜଳବାୟୁ ସବୁଠାରୁ ସଫା ।
ଏହାପରେ ଆମେରିକାର ରାଷ୍ଟ୍ରପତି କହିଛନ୍ତି କି, ଚୀନ, ଭାରତ, ରୁଷ ଏବଂ ଅନ୍ୟ ଦେଶ ଗୁଡିକ ପାଖରେ ନା ଶୁଦ୍ଧ ପବନ ଅଛି, ନା ସଫା ପାଣି । ଏବଂ ପ୍ରଦୂଷଣ ରୋକିବାକୁ ନେଇ ମଧ୍ୟ କୌଣସି ଜ୍ଞାନ ନାହିଁ । ଯଦି କିଛି ସହରକୁ ଯିବେ, ତେବେ ସେଠି ନିଶ୍ୱାସ, ପ୍ରଶ୍ୱାସ ନେବାରେ ଅସୁବିଧା ହୁଏ । ସେମାନେ ନିଜର ଦାୟିତ୍ୱ ଠିକରେ ନିର୍ବାହ କରୁନାହାଁନ୍ତି ।