ଇରାନକୁ ଆମେରିକାର ନାଲିଆଖି । ନିଜର ଶଦ୍ଦ ପ୍ରତି ଅଧିକ ସତର୍କ ରହିବାକୁ ଇରାନର ସର୍ବୋଚ୍ଚ ନେତାଙ୍କୁ କଡା ଭାଷାରେ ପରାମର୍ଶ ଦେଲେ ଡୋନାଲ୍ଡ ଟ୍ରମ୍ପ

Advertisment
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ନୂଆ ବିବାଦ : ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ବିରୋଧରେ ଆସିଲା ବିବାଦୀୟ ରିପୋର୍ଟ ; ଟ୍ରମ୍ପ କୌଣସି ଆୟକର ଦେଇନଥିବା ରିପୋର୍ଟରେ ପ୍ରକାଶ 

କନକ ବ୍ୟୁରୋ: ଇରାନକୁ ପୁଣି ଥରେ ନାଲିଆଖି ଦେଖାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନିଜର ଶବ୍ଦ ପ୍ରତି ଅଧିକ ସତର୍କ ରହିବାକୁ ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖାମିନିଙ୍କୁ କଡା ଭାଷାରେ ଟ୍ରମ୍ପ ଦେଇଛନ୍ତି ପରାମର୍ଶ । ଟୁଇଟ୍ କରି ଟ୍ରମ୍ପ କହିଛନ୍ତି ଇରାନର ସର୍ବୋଚ୍ଚ ନେତା ବୋଲାଉଥିବା ବ୍ୟକ୍ତି ଜଣକ ଆମେରିକା ଓ ୟୁରୋପ ସମ୍ପର୍କରେ ବହୁତ ଖରାପ କଥା କହୁଛନ୍ତି । ସେମାନଙ୍କ ଅର୍ଥନୀତି ଭୁଷୁଡି ପଡିଛି, ଲୋକେ ଦୁର୍ଦ୍ଦଶାରେ ଅଛନ୍ତି । ସେ ତାଙ୍କର ଶବ୍ଦ ପ୍ରତି ଯତ୍ନବାନ ହେବା ଉଚିତ । ଶୁକ୍ରବାର ତେହରାନରେ ଇରାନ ରାଷ୍ଟ୍ରପତି ଆୟାତୋଲା ଅଲ୍ଲି ଖାମନେଇ ସଂଯୁକ୍ତ ରାଷ୍ଟ୍ର, ବ୍ରିଟେନ, ଫ୍ରାନ୍ସ ଓ ଜର୍ମାନୀକୁ ଆମେରିକାର ଚାକର ବୋଲି କହିଥିଲେ । ଯାହାକୁ ନେଇ ଇରାନ ଉପରେ ବର୍ଷିଛନ୍ତି ଟ୍ରମ୍ପ ।

ଟ୍ରମ୍ପ ଆହୁରୀ ମଧ୍ୟ ଲେଖିଛନ୍ତି କି, ସମ୍ମାନ ଦାବି କରି ସେମାନଙ୍କୁ ମାରୁଥିବା ସରକାର ଅପେକ୍ଷା ସ୍ୱପ୍ନ ସାକାର କରାଇବାରେ ସହାୟକ ହେଉଥିବା ସରକାର ନିମନ୍ତେ, ଆମେରିକାକୁ ଶ୍ରଦ୍ଧା କରୁଥିବା ଇରାନ୍ର ସମ୍ଭ୍ରାନ୍ତ ଜନତା ଅଧିକ ଆଗ୍ରହୀ। ଇରାନକୁ ରସାତଳଗାମୀ କରିବା ପରିବର୍ତ୍ତେ, ଏହାର ନେତାମାନେ ଆତଙ୍କବାଦ ପରିହାର କରି ଇରାନକୁ ପୁଣି ଥରେ ମହାନ୍ କରନ୍ତୁ। ତେବେ ଖାମିନି କରିଥିବା ଟୁଇଟର ଜବାବରେ ଟ୍ରମ୍ପ୍ ଏ କଥା ଲେଖିଛନ୍ତି।

ଟୁଇଟରେ ଖାମିନି ଲେଖିଥିଲେ ଯେ ଇରାନ୍ ଜନତାଙ୍କୁ ସହଯୋଗ କରୁଛି ବୋଲି ଦୁଷ୍ଟ ଆମେରିକୀୟ ସରକାର ବାରମ୍ବାର କହୁଛି। ସେମାନଙ୍କ କଥା ମିଛ। କେବଳ ଇରାନ୍ ଜନତାଙ୍କ ଛାତିରେ ବିଷାକ୍ତ ଭୁଜାଲି ଭୁସିବାକୁ ସେମାନେ ଆସି ହାଜର ହେଉଛନ୍ତି। କିନ୍ତୁ, ଏ ପର୍ଯ୍ୟନ୍ତ ଭୁଜାଲି ଭୁସିବାରେ ଆମେରିକା ସଫଳ ହୋଇ ନାହଁ, କି ହେବ ନାହିଁ। ଏହା ପରେ ପରେ ଟ୍ରମ୍ପ୍ ଫାର୍ସି ଭାଷାରେ ଟୁଇଟ୍ କରିଥିଲେ: ଇରାନ୍କୁ ପୁଣି ଥରେ ମହାନ କରନ୍ତୁ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe