କିଏ, କାହିଁକି କରିଛି କଲ୍ ? ଏଣିକି ଜାଣିପାରିବେ କଲର କାରଣ । ଟ୍ରୁକଲର ଆଣିଛି ନୂଆ ଫିଚର୍ସ ।

3,099

କନକ ବ୍ୟୁରୋ : କିଏ, କାହିଁକି କରିଛି କଲ୍ ? ଏଣିକି ଆପଣ ଜାଣିପାରିବେ ଆପଣଙ୍କ ପାଖକୁ କିଏ କଲ୍ କରିଛି, ଆଉ କାହିଁକି କଲ୍ କରିଛି । କିଛି ଏମିତି ଏକ ନୂଆ ଫିଚର୍ସ ଆରମ୍ଭ କରିଛି ଟ୍ରୁକଲର । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, କେମିତି ଏହା ସମ୍ଭବ ହୋଇପାରିବ ।

ଟ୍ରୁକଲର୍..ଏହି ଆପ୍ ହୁଏତ ସମସ୍ତଙ୍କ ସ୍ମାର୍ଟଫୋନରେ ରହିଥିବ । ତେବେ କମ୍ପାନୀ ପକ୍ଷରୁ କଲର ଆଇଡିରେ କିଛି ନୂଆ ଅପସନ୍ ଆଡ୍ କରାଯାଇଛି । ଆଉ ଏହି ନୂଆ ଫିଚରର ନାଁ ରହିଛି କଲ୍ ରିଜିନ୍ । ଏହି ଫିଚର ଅନୁଯାୟୀ, ମୋବାଇଲ୍ ବ୍ୟବହାରକାରୀ କଲ୍ କରିବାର କାରଣ ସେଟ୍ କରିପାରିବେ । ଆଉ ଏହା ପରେ ଆପଣଙ୍କ ମୋବାଇଲକୁ ଯେକୌଣସି ନମ୍ବରରୁ କଲ୍ ଆସିଲେ ଆପଣ ଜାଣିପାରିବେ ଯେ, ଯିଏବି ଆପଣଙ୍କୁ କଲ୍ କରିଛନ୍ତି, ସେ କାହିଁକି କଲ୍ କରିଛନ୍ତି ।

ତେବେ ଟ୍ରୁ କଲରର ଏହି ନୂଆ ଫିଚର ସମସ୍ତ ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ଜାରି କରାଯାଉଛି । ଯଦି ଆପଣ ମଧ୍ୟ ଏହି ଆପ୍ ବ୍ୟବହାର କରୁଛନ୍ତି, ତେବେ ଗୁଗୁଲ୍ ପ୍ଲେ ଷ୍ଟୋର ଜରିଆରେ ଏହାକୁ ଅପଡେଟ୍ କରାଇ ନୂଆ ଫିଚର ପାଇପାରିବେ ।

ଏବେ ଆସନ୍ତୁ ଜାଣିବା ଏହି ଫିଚରକୁ ବ୍ୟବହାର କରିବା ପାଇଁ ଆପଣ କଣ କରିବେ । କାହାକୁ କଲ୍ କରିବା ସମୟରେ ଟ୍ରୁ କଲରରେ ଆପଣଙ୍କୁ ମେସେଜ୍ ଲେଖିବାର ଏକ ଅପସନ୍ ମିଳିବ । କଲ୍ କରିବା ପୂର୍ବରୁ ଆପଣ ଯାହାବି ମେସେଜ୍ ଲେଖିବେ, ତାହା ରିସିଭ୍ କରୁଥିବା ବ୍ୟକ୍ତିଙ୍କ ସ୍କ୍ରିନ ଉପରେ, କଲର ଆଇଡିରେ ଦେଖାଯିବ । ଯେଉଁଥିରେ ନାଁ ଏବଂ କଲ୍ କରିବାର କାରଣ ରହିଥିବ । ଯଦି କଲ୍ ରିସିଭ୍ ବି ନହେଉଛି, ତେବେ ମିସ କଲ ହେଲେ ମଧ୍ୟ ପରେ ଏହା ଜାଣିପାରିବେ ଯେ, କଲର ଜଣଙ୍କ ଆପଣଙ୍କୁ କାହିଁକି କଲ୍ କରିଥିଲେ ।

ତେବେ ସବୁଠାରୁ ବଡ କଥା ହେଉଛି, ଏହି ଫିଚର ସେତେବେଳେ କାମ କରିବ, ଯେତେବେଳେ କଲର, ଏବଂ ରିସିଭର, ଉଭୟଙ୍କ ମୋବାଇଲ୍ ଫୋନରେ ଟ୍ରୁକଲର ଆପ୍ ଇନଷ୍ଟଲ୍ ରହିଥିବ । କଲ୍ ରିଜିନ୍ ଫିଚର ବ୍ୟତୀତ ଏହି ଅପଡେଟ୍ ସହ କିଛି ନୂଆ ଫିଚର ମଧ୍ୟ ଦିଆଯିବ । ଏଥିରେ ଏସଏମଏସ୍ ମେସେଜ୍୍ ସିଡ୍ୟୁଲ୍ କରିବାର ଅପସନ୍ ମଧ୍ୟ ରହିବ । ଯଦି ଆପଣ କାହାକୁ ମେସେଜ୍ କରୁଛନ୍ତି, ତେବେ ସେହି ମେସେଜ୍ ଡେଲିଭର୍ ହେବାର ଡେଟ୍ ଏବଂ ଟାଇମ୍ ମଧ୍ୟ ମେନସନ୍ କରିପାରିବେ ।