ମାଗଣାରେ ବ୍ୟବହାର କରିପ।ରିବେନି ଟ୍ରୁ କଲର ଆପ : ପେଡ ସର୍ଭିସ କରିବା ପାଇଁ ଯାଉଛି ଏହି କମ୍ପାନୀ, ୟୁଜର୍ସଙ୍କ ପକେଟ ହେବ ଖାଲି

53

ଯଦି ଆପଣ ଟ୍ରୁ କଲରର ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପକେଟ ଖାଲି ହେବାର ସମ୍ଭାବନା ଅଛି । ପ୍ରସିଦ୍ଧ କଲର ଆଇଡି ଟ୍ରୁ କଲର ନିଜ ସେବା ଗୁଡିକର ସର୍ତ୍ତରେ ପରିବର୍ତ୍ତନ କରିବାକୁ ଯାଉଛି । ଯେଉଁ ୟୁଜର ଟ୍ରୁ କଲରର ବ୍ୟବହାର କରୁଛନ୍ତି , ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଏବେ ଗୋଟିଏ ନୋଟିଫିକେସନ ଆସୁଛି ଓ କହୁଛି କି ସେମାନଙ୍କ ପାଖରେ ଏବେ ସୀମିତ କଲର ଆଇଡେଣ୍ଟିଫିକେସନ (ଚିହ୍ନଟ) ରହି ଯାଇଛି । ସ୍ୱିଡେନର ଏକ କମ୍ପାନୀ ଏହା ପାଇଁ ନିଜ ସପୋର୍ଟ ପେଜରେ ଏହାର କାରଣ ଜଣାଇଛନ୍ତି । ସପୋର୍ଟ ପେଜରେ ଲେଖାହୋଇଛି, “ଟ୍ରୁ କଲର ଆପଣଙ୍କ ଯୋଗାଯୋଗକୁ ଯେତେ ସମ୍ଭବ, ସେତିକି ସହଜ ଓ ସୁରକ୍ଷିତ କରିବା ପାଇଁ ପ୍ରତିବଦ୍ଧ ଅଛି, ସେଥିପାଇଁ ଆମକୁ କିଛି ସମ୍ବଳର ଆବଶ୍ୟକ ପଡୁଛି, ଯଦ୍ୱାରା ଆମେ ନିଜ ୟୁଜର୍ସଙ୍କୁ ସେବା ପହଂଚାଇପାରିବୁ , ଆମେ ନିଜ ୟୁଜର୍ସଙ୍କୁ କହିବାକୁ ଚାହୁଁଛୁ କି ନିଜ ଆପକୁ ପ୍ରୋ ସବସ୍କ୍ରିପ୍ସନରେ ଅପଗ୍ରେଡ କରି ନିଅନ୍ତୁ ।”

 

ଏହି ସବସ୍କ୍ରିପ୍ସନରେ ଆପଣଙ୍କୁ ବିନା ବିଜ୍ଞାପନର ସେବା ମିଳିବ ଏବଂ ଆପଣ ଯେଉଁ ସାଙ୍ଗମାନଙ୍କୁ ନାମ ଏଥିରେ ଖୋଜିବେ ତାଙ୍କୁ କଣ୍ଟାକ୍ଟ ରିକ୍ୱେଷ୍ଟ ବି ପଠାଯାଇପାରିବ । କମ୍ପାନୀର ଚେଷ୍ଟା ଏହା ଯେ ଟ୍ରୁ କଲରକୁ ଭଲ କରାଯିବ ଏବଂ ଦୀର୍ଘ ସମୟ ପାଇଁ ପ୍ରସ୍ତୁତ କରାଯିବ । ଏବେ ସେମାନେ ଏହି ଆପକୁ ଆହୁରି ବି ପାୱାରଫୁଲ ବନାଇବେ । ୱେବସାଇଟ ଗେଜେଟ ନାଓର ମୁତାବକ ଏହି ସୁବିଧା କେବଳ ହେଭି ୟୁଜର୍ସଙ୍କ ପାଇଁ । କିନ୍ତୁ ଏପର୍ଯ୍ୟନ୍ତ ଜଣାପଡିନି ଯେ, କେଉଁ ୟୁଜର୍ସଙ୍କୁ କମ୍ପାନୀ ହେଭି ୟୁଜର୍ସ କାଟାଗୋରୀରେ ଆଣିବ ଏବଂ ତାଙ୍କଠୁ ଟଙ୍କା ଚାର୍ଜ କରିବ । ଟ୍ରୁ କଲର ଜେନେରାଲ ସର୍ଭିସ ବ୍ୟତୀତ ପ୍ରୋଫେସନାଲ ସର୍ଭିସ ବି ଦେଉଛନ୍ତି । ଏଥିରେ ଗୋଟିଏ ମାସରେ ୩୦ କଣ୍ଟାକ୍ଟ ରିକ୍ୱେଷ୍ଟ ସାମିଲ ଅଛି । ଦୁନିଆରେ ଟ୍ରୁ କଲରର ୧୦୦ ମିଲିୟନ ନିତିଦିନିଆ ୟୁଜର୍ସ ଅଛନ୍ତି ।