ସେହି ବାରରେ ଏନ ମେରୀ ମର୍ଫି ନାମକ ଜଣେ ଆଈରିସ ଝିଅ କାମ କରୁଥିଲା । ଏକ ସୁନେଲି ଭବିଷ୍ୟତ ସ୍ଵପ୍ନରେ ସୁଦୂର ଆୟର୍ଲାଣ୍ଡରୁ ଲଣ୍ଡନ ଛୁଟି ଆସିଥିଲା ମେରୀ କିନ୍ତୁ ମନ ପସନ୍ଦର କୌଣସି କାମ ନପାଇ ପେଟ ପାଇଁ ବାଧ୍ୟ ହୋଇ ହିଲଟନ ହୋଟେଲର ବାରରେ ପରିଚାରିକା ରୂପେ କାମ କରୁଥିଲା । ଆର୍ଥିକ ସମସ୍ଯା ଯୋଗୁଁ ସବୁଥର ପରି ଏଥର ମଧ୍ୟ ଖ୍ରୀଷ୍ଟମାସରେ ଛୁଟିରେ ଘରକୁ ପାରିବନି ବୋଲି ଜାଣି ସାରିଥାଏ । ସେଦିନ ବାରରେ ବସି ଏମିତି ଭାବୁଥିବା ଜଣେ ମଧ୍ୟମ ବୟସ୍କ ସୌମ୍ୟଦର୍ଶନ ଆରବୀୟ ଯୁବକ ବାରରେ ପ୍ରବେଶ କରେ , କ୍ରିମ କଲର ସୁଟ ଆଖିରେ ରେ-ବାନ ଚଷମା । ସେ ଯୁବକ ରୂପରେ ପ୍ରଭାବିତ ହୋଇ ପ୍ରଥମ ଦେଖାରେ ହିଁ ମେରୀ ତା ପ୍ରେମରେ ପଡିଗଲା । ସେ ଯୁବକ ମେରୀକୁ ଡ୍ରିଂକ୍ସ ଓ କିଛି ଖାଇବା ଅର୍ଡର ଦିଏ , କଥାବାର୍ତ୍ତା ହୁଏ , ଧୀରେ ଧୀରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ଆଗକୁ ବଢେ ।
ସେ ଯୁବକର ନାଁ ହେଲା ନିଜାର ହିନ୍ଦାବୀ । ସିଏ ଆଉ କେହି ନୁହେଁ ଫେବୃୟାରୀ ୧୬, ୧୯୮୫ରେ ମୋସାଦ ଯେଉଁ ଜାହାଜକୁ ଅପହରଣ କରିଥିଲା ଇଏ ସେଇ ୧୪ ଜଣ ଆରବୀୟ ନାଗରିକ ମାନଙ୍କ ଭିତରୁ ଜଣେ ।
ନିଜର ସୌଖୀନ ମିଜାଜ ଯେମିତି ନୂଆ ନୂଆ ଝିଅଙ୍କ ସହ ମିଶିବ, ଜୁଆ ଖେଳିବା ଇତ୍ୟାଦି ଗୁଣ ଯୋଗୁ ହିନ୍ଦାବୀ ସବୁବେଳେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିଲା ଖାସ ଏଇ ବଦଗୁଣ ଯୋଗୁ ମୋସାଦ ତାକୁ ନିଜ ଜାଲରେ ପକେଇବା ପାଇଁ ସୁଯୋଗ ଖୋଜୁଥିଲା ।
ଟମ ଲେଭିଙ୍କ କାମ ହେଲା ଲଣ୍ଡନରେ ରହି ସିଏ ହିନ୍ଦାବୀ ପରି PLO ଏଜେଣ୍ଟ ମାନଙ୍କ ଉପରେ ନଜର ରଖିବା ।
ସବୁଦିନେ ଟମ ଲେଭି ଆସି ହିନ୍ଦାବୀର କାର୍ଯ୍ୟକଳାପ ଉପରେ ନଜର ରଖିଥାଏ । ଧୀରେ ଧୀରେ ହିନ୍ଦାବୀ ଓ ମେରୀର ପ୍ରେମ କାହାଣୀ ଆଗକୁ ବଢୁଥାଏ । ଟମ ଲେଭି ମଧ୍ୟ ଖୁବ ଆଗ୍ରହର ସହ ତାକୁ ଲକ୍ଷ୍ୟ କରି ଚାଲିଥାନ୍ତି । ଧୀରେ ଧୀରେ ସେମାନେ ଦୁଇ ଜଣ ପ୍ପରସ୍ପର ସହ ବହୁତ ସମୟ ବିତେଇବାକୁ ଲାଗୁଥିଲେ, ହିଲଟନ ହୋଟେଲରେ ରାତି ବିତାଇବା, ପାର୍କ ସିନେମା ଆଦି ଯିବା .....
ସେତେବେଳେ ମେରୀର ଗୋଡ଼ ଆଉ ଖୁସିରେ ତଳେ ଲାଗୁ ନଥାଏ , ହିନ୍ଦାବୀ ପରି ଜଣେ ଧନୀ ଆଉ ସୁନ୍ଦର ଯୁବକ , ଆଉ ତାକୁ ଜୀବନରେ କଣ ଦରକାର I ହିନ୍ଦାବୀ ପରି ପ୍ଲେ ବୟ ଟାଇପର ଯୁବକ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ମେରୀ ସହ ଶାରୀରିକ ସମ୍ପର୍କ ରଖି ଚାଲୁଥାଏ । ଏକ ସୁନେଲି ଭବିଷ୍ୟତ ଆଶାରେ ମେରୀ ମଧ୍ୟ ବିରୋଧ କରୁ ନଥାଏ ।
ହଠାତ ଦିନେ ମେରୀ କହିଲା ସେ ମା’ ହେବାକୁ ଯାଉଛି । ଆଉ ସେମାନେ ଯେତେ ଶୀଘ୍ର ବିବାହ କରିନେବେ ସେତେ ଭଲ ହେବ । ବିବାହ କଥା ଶୁଣି ହିନ୍ଦାବୀକୁ ପାଦ ତଳୁ ମାଟି ଖସିଗଲା ପରି ଲାଗିଲା I ତାଙ୍କର ଅତି ରକ୍ଷଣଶୀଳ ପରିବାର, ମେରୀ ପରି ଏକ ବାର ଗାର୍ଲ ପୁଣି ଅନ୍ୟ ଜାତି, ଏମିତି ଏକ ଝିଅକୁ ବାହା ହେବାକୁ ଘରେ କେବେ ହେଲେ ରାଜି ହେବେ ନାହିଁ ।
ଏପଟେ PLO ର ଚାକିରୀ, ମୋଟା ଅଙ୍କର ଦରମା, ଲଣ୍ଡନରେ ଅଏସ ଜୀବନ ।
ଯଦି ମେରୀ ବିବାହ ପାଇଁ ଜବରଦସ୍ତି କରେ କିମ୍ବା ପୋଲିସ ପାଖକୁ ଯାଏ ତେବେ ତାର ସବୁ ଅଏସ ଆରାମ ଜୀବନ ବରବାଦ ବୋଲି ଜାଣି ସାରିଥିଲା । ଯେମିତି ସେମିତି ହେଉ ସିଏ ମେରୀଠୁ ଛୁଟକାରା ଚାହୁଁଥିଲା । ଏଥିପାଇଁ ଏକମାତ୍ର ବାଟ ହେଲା ମେରୀକୁ ଖୁବ ମୋଟା ଅଙ୍କର ପଇସା ଦେଇ ଆୟର୍ଲାଣ୍ଡ ତା ଘରକୁ ପଠେଇ ଦେବା ସମସ୍ୟା ହେଲା ତା ପାଖରେ ଏତେ ପଇସା ନଥିଲା । କିଛି ଉପାୟ ନପାଇ ନିଜ ବନ୍ଧୁ ଅବୁକୁ ଏକଥା ଜଣେଇଲା । ଅବୁ ମଧ୍ୟ ଲଣ୍ଡନରେ ରହି PLO ପାଇଁ କାମ କରୁଥାଏ ।
ତା ପରଦିନ ଦିନ 11ଟା ବେଳକୁ ଦୁହେଁ ହିଲଟନ ବାରରେ ଦେଖା ହେଲେ ।
ହିନ୍ଦାବୀ ତାର ଅସୁବିଧା କଥା ଅବୁକୁ କହିଲା ।
ସବୁ କଥା ଶୁଣି ସାରିବା ପରେ ଅବୁ କହିଲା ଦେଖ ସାଙ୍ଗ ଶହେ କି ଦୁଇଶ ନୁହେଁ ଅତି କମରେ କୋଡିଏ ହଜାର ପାଉଣ୍ଡ ଦରକାର ନହେଲେ ତୋ ସସମସ୍ୟାର ସମାଧାନ ହୋଇ ପାରିବନି । ଏତେ ଗୁଡ଼ା ପଇସା ଯୋଗାଡ କରିବାକୁ କିଛି ସମୟ ଲାଗିବ ।
ମୋର ଜୀବନ ମରଣ କଥା , ଯେମିତି ହେଲେ ଯୋଉଠୁ ହେଲେ ଯୋଗାଡ କର ସାଙ୍ଗ ତୁ ଯାହା କହିବୁ କରିବି ।
ହଉ ବ୍ୟସ୍ତ ହନି, ମୁଁ ଯୋଗାଡ କରୁଛି କାଲି ସନ୍ଧ୍ୟା ସୁଦ୍ଧା ଯାହା କିଛି ଗୋଟେ ବ୍ୟବସ୍ଥା କରୁଛି ।
ହିନ୍ଦାବୀ ଗଲା ପରେ ଅବୁ କାହାକୁ ଗୋଟେ ନମ୍ବରକୁ ଫୋନ ଲଗେଇଲା ।
କିଛି ସମୟ ପରେ ସେପଟୁ ଉତ୍ତର ଆସିଲା
- ମୁଁ ଟମ ଲେଭୀ କହୁଛି
ପ୍ରକୃତରେ ଅବୁ ଲଣ୍ଡନରେ PLOର ଜଣେ ଡବଲ ଏଜେଣ୍ଟ ଥିଲା ଯିଏ PLO ସହ ବିଶ୍ଵାସଘାତକତା କରି ମୋସାଦ ପାଇଁ କାମ କରୁଥିଲା ।
ମାତ୍ର କିଛିଦିନ ଆଗରୁ ମୋସାଦ ଜାଣିବାକୁ ପାଇଥାଏ କି ଅବୁ PLO ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ହେରେଫର କରିଛି ।
ଏ ତଥ୍ୟ ଅଧାରରରେ ମୋସାଦ ଆବୁକୁ ବ୍ଲାକମେଲ କରି ଡବଲ ଏଜେଣ୍ଟ ସଜେଇବାରେ ସଫଳ ହୋଇଥିଲା । ତା ପରଦିନ ଅବୁ ମୋସାଦର ଏକ ଗୁପ୍ତ ସ୍ଥାନରେ ଟମ ଲେଭୀ ସହ ଦେଖା ହୁଏ, ଟମ ଲେଭୀ ତାକୁ ଟଙ୍କା ଭର୍ତ୍ତି ଦୁଇଟି ଲଫଫା ଦେଇ କୁହେ ଗୋଟିଏ ତମ ପାଇଁ ଆରଟା ତମ ସାଙ୍ଗ ପାଇଁ, ଆମ କାମ ଯେମିତି ହେଇଯାଏ ।
କ୍ରମଶଃ .........
୨/୩