କନକ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ ନଈରେ ବନ୍ୟା । ଫଶିଗଲେ ୨୫ ଟ୍ରକ୍ । ଅନେକ ଚେଷ୍ଟା ପରେ ବି ଉଦ୍ଧାର କରିବାରେ ବିଫଳ ହେଲେ ପ୍ରଶାସନ । ଏପରି ଘଟଣା ଦେଖିବାକୁ ମିଳିଛି ବିହାର ସୋନ୍ ନଦୀରେ ।

Advertisment

ଇନ୍ଦ୍ରପୁରୀ ବନ୍ଧରେ ପାଣି ଛାଡିବା ସାଙ୍ଗକୁ ମଧ୍ୟପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ସୋନ୍ ନଦୀରେ ବନ୍ୟା ପାଣି ପଶିଥିଲା । ଏହି ସମୟରେ ନଈ ଖନନ କାର୍ଯ୍ୟରେ ଟ୍ରକ୍ ନିୟୋଜିତ ଥିବାରୁ ଫଶିଯାଇଥିଲେ ପାଖାପାଖି ୨୫ ଟ୍ରକ୍ । ଏଗୁଡିକୁ ନଈରୁ ବାହାର କରିବାକୁ ଆଉ ଏକ ରୁଟରେ ଏକ ଅସ୍ଥାୟୀ ରୋଡ୍ ବନା ଯାଇଥିଲେ ବି ଟ୍ରକ୍ ଗୁଡିକୁ ଉଦ୍ଧାର କରିବାରେ ବିଫଳ ହୋଇଛି ପ୍ରଶାସନ । ୨ ଦିନ ଧରି ଉଦ୍ଧାର କାର୍ଯ୍ୟ ଚାଲିଥିଲେ ବି ଏହା ବିଫଳ ହୋଇଛି । ଏହା ନଦୀ ଜଳରେ ହିଁ ବୁଡିଯିବାର ସମ୍ଭାବନା ରହିଛି । ତେବେ ସମସ୍ତ ଟ୍ରକ୍ ଡ୍ରାଇଭର ଓ ହେଲ୍ପରଙ୍କୁ ଉଦ୍ଧାର କରାଯାଇଛି ।