କନକବ୍ୟୁରୋ: ଆଳୁ ଗାଡ଼ି ଛାଡ଼ିବାକୁ ହାତଗୁଞ୍ଜା। ପଶ୍ଚିମବଙ୍ଗରୁ ଆସୁଥିବା ଗାଡ଼ିକୁ ପ୍ରଶାସନ ଅଟକାଉଥିବା ବେଳେ ଚେକ ଗେଟ ନିକଟରେ ଜଗିରହିଛି ପଶ୍ଚିମବଙ୍ଗ ପୋଲିସ। ଏବଂ ଆଳୁ ବୋଝେଇ ଟ୍ରକକୁ ପଶ୍ଚିମବଙ୍ଗରୁ ଛାଡ଼ିବା ପାଇଁ ସୀମାରେ ଜଗିରହିଥିବା ପୋଲିସ ଟ୍ରକ ଛାଡ଼ିବା ପାଇଁ ଗୋଟିଏ ଟ୍ରକ ପିଛା ୨୦ହଜାର ଟଙ୍କା ଲାଞ୍ଚ ନେଇଥିବା ଟ୍ରକ ଡ୍ରାଇଭର କହିଛନ୍ତି। ଏହି ଟ୍ରକ ଗୁଡ଼ିକ ଆସି ଏବେ କଟକରେ ପହଞ୍ଚିଛି। ସେହିପରି ପଶ୍ଚିମବଙ୍ଗର ଲକ୍ଷ୍ମଣନାଥ ଟୋଲ ଗେଟରେ ଅଟକି ରହିଥିବା କିଛି ଟ୍ରକ ଭୁବନେଶ୍ୱର ବଜାରରେ ପହଞ୍ଚିଛି।
ଲୁଚାଛପା ଭାବେ ଏହି ଆଳୁ ବୋଝେଇ ଟ୍ରକ ଓଡ଼ିଶାରେ ପହଂଚିଛି। ଓଡ଼ିଶାରେ ପ୍ରବେଶ ପାଇଁ ପଶ୍ଚିମବଙ୍ଗ ପ୍ରଶାସନ ଅନୁମତି ଦେଇନାହିଁ। ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଟ୍ରକକୁ ଜଗି ରହିଛି ପୁଲିସ। ପ୍ରଶାସନିକ ସ୍ତରରେ କୌଣସି ନିଷ୍ପତି ହୋଇନଥିବା ବେଳେ ଲୁଚାଛପା ଭାବେ ଆଳୁ ବୋଝେଇ କିଛି ଟ୍ରକ ଆସି ପହଂଚିଛି। କିନ୍ତୁ ଆଳୁ ଦରରେ ଆଖି ଦୃଶିଆ ପରିବର୍ତ୍ତନ ଦେଖାଯାଇନି।
ବରଂ ଚଢା ଥରରେ ବିକ୍ରି ହେଉଛି ଆଳୁ। ଆଳୁ ବ୍ୟବସାୟୀ କେତେ ଟଙ୍କାରେ ଆଳୁ ବିକ୍ରି କରୁଛନ୍ତି ତାହାର ରିଏଲିଟି ଚେକ କରିଛି କନକ ନ୍ୟୁଜ କ୍ୟାମେରା ଟିମ। ଆଳୁ ବ୍ୟବସାୟୀ ଆଳୁ କିଲୋ ପିଛା ବିକ୍ରି କରୁଛନ୍ତି ୪୫ ଟଙ୍କାରେ। କିନ୍ତୁ ବୋର୍ଡରେ ଲେଖିଛନ୍ତି ଆଳୁ କିଲୋ ୩୫ ଟଙ୍କା। ଆଉ କିଏ କିଏ ୪୫ ଟଙ୍କା ଲେଖି ମଧ୍ୟ ବିକ୍ରି କରୁଛନ୍ତି।
Follow Us