ଆସନ୍ତାକାଲିଠାରୁ ଦୁଇ ଦିନିଆ ଟ୍ରକ ଧର୍ମଘଟ ! ପେଟ୍ରୋଲ, ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବାକୁ ଦାବି

ଆସନ୍ତାକାଲିଠାରୁ ଦୁଇ ଦିନିଆ ଟ୍ରକ ଧର୍ମଘଟ ! ପେଟ୍ରୋଲ, ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବାକୁ ଦାବି

Image Courtesy : http://images.indianexpress.com

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ଦ୍ରବ୍ୟ ଓ ପରିବହନ ସଂଘର ଆନ୍ଦୋଳନ । ଫଳରେ ସାରା ଦେଶରେ ଦୁଇଦିନ ପାଇଁ ଟ୍ରକ୍ ଚଳାଚଳ ଓ ଦ୍ରବ୍ୟ ପରିବହନ ବନ୍ଦ ରହିବ । ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅନ୍ତର୍ଭୁକ୍ତ ଦାବିରେ ଏହି ଆନ୍ଦୋଳନ ଡାକରା ଦେଇଛି ସର୍ବଭାରତୀୟ ମୋଟର କଂଗ୍ରେସ । ତେବେ ଅଣ୍ଡା, ମାଛ, ଆଳୁ, ପିଆଜ ଓ କ୍ଷୀର ଭଳି ଶୀଘ୍ର ନଷ୍ଟ ହୋଇଯାଉଥିବା ଖାଦ୍ୟ ସାମଗ୍ରୀ ପରିବହନକୁ ଏଥିରୁ ବାଦ ଦିଆଯାଇଛି ।

କିନ୍ତୁ ପ୍ୟାକେଟରେ ଆସୁଥିବା ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ପରିବହନ ହୋଇପାରିବ ନାହିଁ । ଫଳରେ ଅମୁଲ, ମ୍ୟାଗି, ବିସ୍କୁଟ, ନେସଲେର ପ୍ରଡକ୍ଟ, ସବୁପ୍ରକାର ଖାଇବା ତେଲ ଓ ଲୁଣ ଆଦି ସାମଗ୍ରୀ ଦୁଇଦିନ ଧରି ଆସିପାରିବ ନାହିଁ । ଏହାଛଡା ଟିଭି, ଫ୍ରିଜ୍, ୱାସିଙ୍ଗମେସିନ୍, ଅଟୋମୋବାଇଲ ସ୍ପେୟାପାର୍ଟ୍ସ ମଧ୍ୟ ଆସିପାରିବ ନାହିଁ । ଏହି ଆନ୍ଦୋଳନରେ ରାଜ୍ୟର ଶତାଧିକ ଦ୍ରବ୍ୟ ଓ ପରିବହନ ସଂଘ ଯୋଗଦେବାକୁ ସହମତି ଦେଉଥିବାବେଳେ ଟ୍ରକ୍ ମାଲିକ ସଂଘ ଏଥିରେ ଯୋଗ ଦେବନାହିଁ ବୋଲି ସଂଘକୁ ଜଣାଇ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe