କନକ ବ୍ୟୁରୋ: ସକାଳୁ ସକାଳୁ ଦୁଇ ପୁଅଙ୍କୁ ସ୍କୁଲ ଛାଡିବାକୁ ଯାଉଥିଲେ ବାପା । କିଏ ଜାଣିଥିଲା ବାଟରେ ଜଗିଥିଲା ଯମ । ଅକାଳରେ ଝରିଗଲା ୩ଟି ମୂଲ୍ୟବାନ୍ ଜୀବନ । ଗାଡି ସହ ବାପା ଓ ଦୁଇ ପୁଅଙ୍କ ଉପରେ ମାଡିଗଲା ଟ୍ରକ୍ । ଫଳରେ ଘଟଣାସ୍ଥଳରେ ହିଁ ଚାଲିଗଲା ବାପା, ୨ ପୁଅଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଯୋଡା ବାମିବାରି ରାସ୍ତାରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।