କନକ ବ୍ୟୁରୋ: ମର୍ଣ୍ଣିଙ୍ଗ ୱାକ୍ ବେଳେ ଚାପିଦେଲା ଦ୍ରୁତଗାମୀ ଟ୍ରକ୍ । ଫଳରେ ଘଟଣାସ୍ଥଳରେ ଚାଲିଗଲା ୨ଜଣଙ୍କ ଜୀବନ । ଏଭଳି ଘଟଣା ଘଟିଛି ପାଲଲହଡା ୪୯ ନଂ ଏନଏଚର ରାଧାସାହି ନିକଟରେ ।
ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି । ଅନ୍ୟପଟେ ଘଟଣାସ୍ଥଳରେ ଦେଖାଦେଇଛି ଉତ୍ତେଜନା । କ୍ଷତିପୂରଣ ଦାବି କରି ଲୋକେ ରାସ୍ତା ରୋକ କରିଥିବାବେଳେ ପୁଲିସ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/7-6.jpg)