କନକ ବ୍ୟୁରୋ: ରାସ୍ତାକଡ଼ରେ ଥିବା ଦୋକାନକୁ ମାଡ଼ିଗଲା ଟ୍ରକ । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ବାହାଡ଼ାଗୁଡ଼ା ଛକ ଚାନ୍ଦିନୀ ଓ ଏହାକୁ ଲାଗି ଥିବା ଦୋକାନରେ ଘର ଉପରକୁ ମାଡ଼ିଯାଇଛି ଟ୍ରକ । ଆସିକାରୁ ସେରଗଡ଼ ଅଭିମୁଖେ ଯାଉଥିବା ଟ୍ରକ ବାହାଡ଼ାଗୁଡ଼ା ଛକରେ ଦୋକାନ ଘରକୁ ମାଡ଼ିଯାଇଛି । ଫଳରେ ଚାପି ହୋଇ ଦୋକାନୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ଆସିକା ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଯାଇଛି । ମୃତକ ଜଣକ ହେଲେ ୪୫ବର୍ଷୀୟ ମହେନ୍ଦ୍ର ବିଶୋୟୀ । ଘଟଣାସ୍ଥଳରେ ଧରାକୋଟ ପୋଲିସ ପହଞ୍ଚିିବା ସହ ଶବ ଜବତ କରି ଅଧିକ ତଦନ୍ତ କରୁଛି ।