ରେଳଟ୍ରାକ ଉପରେ ଚଢ଼ିଗଲା କଂଟେନର: ସମ୍ବଲପୁର-ବଲାଙ୍ଗୀର ରୋଡରେ ରେଳ ଚଳାଚଳ ବାଧାପ୍ରାପ୍ତ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

Advertisment
ରେଳଟ୍ରାକ ଉପରେ ଚଢ଼ିଗଲା କଂଟେନର: ସମ୍ବଲପୁର-ବଲାଙ୍ଗୀର ରୋଡରେ ରେଳ ଚଳାଚଳ ବାଧାପ୍ରାପ୍ତ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

କନକ ବ୍ୟୁରୋ: ରେଳଟ୍ରାକ ଉପରେ ଚଢିଗଲା କଂଟେନର । ଘଟଣାଟି ଘଟିଛି ସମ୍ବଲପୁର ଲକ୍ଷୀଡୁଙ୍ଗୁରି ନିକଟ ରେଳଟ୍ରାକରେ । ଫଳରେ ସମ୍ବଲପୁର –ବଲାଙ୍ଗୀରକୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଟିଟଲାଗଡ-ହାୱାଡା ଇସ୍ପାତ ଏକ୍ସପ୍ରେସ ହୀରାକୁଦ ଷ୍ଟେସନରେ ଅଟକି ରହିଛି । ସେହିଭଳି ସମ୍ବଲପୁର-କୋରାପୁଟ ଟ୍ରେନ ମଧ୍ୟ ସମ୍ବଲପୁର ଷ୍ଟେସନରେ ଅଟକି ରହିଛି । କଂଟେନର ନାଗପୁରରୁ କୋଲକାତା ଯାଉଥିଲା । ଦୁର୍ଘଟଣାରେ ଅଳ୍ପକେ ବର୍ତିଯାଇଛନ୍ତି ଡ୍ରାଇଭର ।

publive-image

ମିଳିଥିବା ସୂଚନା ଅନୁଯାୟୀ ଜାତୀୟ ରାଜପଥ-୫୩ରେ ସମ୍ବଲପୁରରୁ ବରଗଡ ଆଡକୁ ଯାଉଥିବା ବେଳେ ଏକ କଂଟେନର ରେଳ ଧାରଣା ଭିତରକୁ ପଶିଯାଇଥିଲା। ଟ୍ରେନ୍‌ ଲାଇନ୍‌ କଡ ଦେଇ କଂଟେନରଟି ଯାଉଥିବା ବେଳେ ଏକ ମୋଡ଼ ରାସ୍ତା ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇବସିଥିଲା। ଫଳରେ ଲକ୍ଷ୍ମୀଡୁଙ୍ଗୁରି ନିକଟରେ ରେଳ ଧାରଣା ଉପରକୁ ଚଢିଯାଇଥିଲା କଂଟେନର ।

publive-image

ଏହା ଫଳରେ କିଛି ସମୟ ପାଇଁ ସେଠାରେ ଅନ୍ୟାନ୍ୟ ଗାଡ଼ି ଅଟକି ଯାଇଥିଲା। ଠିକ୍‌ ସେହିପରି ଟ୍ରେନ ଚଳାଚଳର ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଜଣାଯାଇଛି। ଳକ୍ଷ୍ମୀ ଡୁଙ୍ଗୁରି ଆଗକୁ ହୀରାକୁଦ ରେଳ ଷ୍ଟେସନ୍‌ ରହିଛି।ଏହି ବାଟ ଦେଇ ବହୁ ରେଳ ଯାତାୟତ କରିବାର ସମୟ ଥିଲା। ଏହି କାରଣରୁ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତିଯାଇଛନ୍ତି ଡ୍ରାଇଭର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe