କନକ ବ୍ୟୁରୋ : ପୁଣି ବସ ଦୁର୍ଘଟଣା। ପ୍ରଧାନ ନାମକ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ । ୬୦ ନମ୍ବର ଜାତୀୟ ରାଜପଥ ଜଳେଶ୍ଵର ଥାନା ଶାନ୍ତିଆ ବାଇପାସ ନିକଟରେ ଦୁର୍ଘଟଣା । ବସକୁ ପଛପଟୁ ଧକ୍କା ଦେଲା ଟ୍ରକ । ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ବସଟି ଓଲଟି ପଡିଛି । ଭୁବନେଶ୍ବରରୁ ପଶ୍ଚିମବଙ୍ଗ କଲିକତା ଅଭିମୁଖେ ଯାଉଥିଲା ପ୍ରଧାନ ବସ ।

Advertisment

ବସରେ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ବସରେ ଯାଉଥିବା ସୂଚନା । ୭ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା, ଆହତ ଯାତ୍ରୀଙ୍କୁ ଜଳେଶ୍ଵର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି । ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା । ଆହତମାନଙ୍କୁ ଚିକିତ୍ସା ପରେ ଅନ୍ୟ ବସ ସାହାଯ୍ୟରେ ପଠାଇ ଦିଆଯାଇଛି ।