କନକ ବ୍ୟୁରୋ : କଳିଙ୍ଗା ଘାଟିରେ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ । ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗତ କାଲି ରାତିରେ କଳିଙ୍ଗା ଘାଟିର ଅନ୍ଧାରକୋଟି ନିକଟରେ କନ୍ଧମାଳ ପଟୁ ଗଞ୍ଜାମକୁ ଆସୁଥିବା ଗାଡ଼ି ନମ୍ବର ଏପି-୨୧-TJD-୫୫୩୩ ଟ୍ରକଟି ଭାରସାମ୍ୟ ହରାଇ ଘାଟିରେ ଦୁର୍ଘଟଣା ହୋଇଥିଲା ଯେଉଁଥିରେ ଡ଼୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି ।
ଘଟଣାସ୍ଥଳରେ ଉଦୟଗିରି ଆଇଆଇସି ନରେଶ ସାହୁ ପହଁଚି ଆମ୍ବୁଲାନ୍ସ ଯୋଗେ ଗୁରୁତର ଦୁଇଜଣଙ୍କୁ ଭଂଜନଗର ପଠାଇଥବା ବେଳେ ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡ଼ିକଲକୁ ସ୍ଥାନାନ୍ତର କରାଯାଇଛି । ଗାଡ଼ି ନିକଟରୁ ଗୋଟିଏ ଛିଣ୍ଡା ଗୋଡ଼କୁ ଉଦ୍ଧାର କରିବା ସହ ତୁରନ୍ତ ସେହି ଗୋଡ଼କୁ ଡ଼ାକ୍ତରଖାନା ନେଇ ପହଁଚିଛି । କୁହୁଡ଼ି ଯୋଗୁଁ ବୁଲାଣିଆ ରାସ୍ତା ଦେଖାନଯିବାରୁ ଏହି ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/8-13.jpg)