ଗୋରୁ ପଲ ଉପରେ ଚଢିଗଲା ଟ୍ରକ୍ : ୧୦ ଗାଈଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଗୋରୁ ପଲ ଉପରେ ଚଢିଗଲା ଟ୍ରକ୍ : ୧୦ ଗାଈଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

କନକ ବ୍ୟୁରୋ : ଗୋରୁ ପଲ ଉପରେ ଚଢ଼ିଗଲା ୧୦ଚକିଆ ଟ୍ରକ । ୧୦ ଗାଈ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଚମାଖଣ୍ଡି ଥାନା ଅନ୍ତର୍ଗତ ଉଜଳେଶ୍ୱରୀ ନିକଟରେ ଏକାଧିକ ଗାଇ ରାସ୍ତା ପାର ହେଉଥିବା ବେଳେ ଗାଇ ଉପରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଚଢିଯାଇଥିଲା । ସ୍ଥାନୀୟ ବାସିନ୍ଦା ଡ୍ରାଇଭର ସମେତ ଜଣଙ୍କୁ ଅଟକ ରଖିଛନ୍ତି । ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଛନ୍ତି । ରାସ୍ତା ଉପରେ ଶହ ଶହ ଗାଡି ଅଟକି ରହିଛି । ବ୍ରହ୍ମପୁର-ଛତ୍ରପୁର ମୁଖ୍ୟ ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe