କନକ ବ୍ୟୁରୋ: ବସକୁ ପଛରୁ ପିଟିଲା ଟ୍ରକ, ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀ । ଟ୍ରକ ଚାଳକ ସମେତ ୩ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା । ବୌଦ୍ଧ ପୁରୁଣାକଟକ ଡିଗ୍ରୀ କଲେଜ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି ।

Advertisment

ବ୍ରହ୍ମପୁରରୁ ଝାରସୁଗୁଡାକୁ ଯାଉଥିବା ସରକାରୀ ବସଟି ଛିଡା ହୋଇଥିବା ବେଳେ ଟ୍ରକଟି ପଛରୁ ଧକ୍କା ଦେଇଥିଲା । ଫଳରେ ୩ଜଣ ଯାତ୍ରୀ ଓ ଟ୍ରକ ଚାଳକ ସାମାନ୍ୟ ଆହତ ହୋଇଥିଲେ । ଚାରିଛକ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ସମସ୍ତ ଆହତ ମାନଙ୍କୁ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିବା ଜଣାପଡିଛି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଥାନାରେ ଅଟକ ରଖିଛି ସ୍ଥାନୀୟ ପୋଲିସ ।