ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଲା ଟ୍ରକ୍ । ଅଗ୍ନିଶମ ବିଭାଗ ପହଂଚି ନିଆଁକୁ କଲା ଆୟତ୍ତ

154

କନକ ବ୍ୟୁରୋ : ରାସ୍ତା ମଝିରେ ଜଳିଗଲା ଟ୍ରକ । ରାୟଗଡା ଜିଲ୍ଲା ରାମନଗୁଡା ଫାଣ୍ଡି ଅନ୍ତର୍ଗତ ପରିକ୍ଷିତି ଘାଟି ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣାପଡିନାହିଁ । ତେବେ ଟ୍ରକଟି ମୁନିଗୁଡା ଆନ୍ଧ୍ର ଅଭିମୁଖେ କୁଣ୍ଡା ନେଇ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ଘଟଣାସ୍ଥଳରେ ଗୁମୁଡା ଅଗ୍ନିଶମ ବାହିନୀ କର୍ମଚାରୀ ପହଁଚି ନିଆଁକୁ ଆୟତ କରିଛନ୍ତି ।