ବ୍ରିଜ ତଳକୁ ଖସିଲା ଟ୍ରକ୍ । ଟାୟାର ଫାଟିଯିବାରୁ ବଲାଙ୍ଗୀରରେ ତେଲନଦୀକୁ ଓଲଟିଲା କୋଇଲା ବୋଝେଇ ଟ୍ରକ୍

Advertisment
ବ୍ରିଜ ତଳକୁ ଖସିଲା ଟ୍ରକ୍ । ଟାୟାର ଫାଟିଯିବାରୁ ବଲାଙ୍ଗୀରରେ ତେଲନଦୀକୁ ଓଲଟିଲା  କୋଇଲା ବୋଝେଇ ଟ୍ରକ୍

କନକ ବ୍ୟୁରୋ: ବ୍ରିଜ ତଳକୁ ଖସିଲା ଟ୍ରକ । ଟାୟାର ଫାଟିଯିବାରୁ ବଲାଙ୍ଗୀର ତେଲନଦୀକୁ କୋଇଲା ବୋଝେଇ ଟ୍ରକ ଖସି ପଡିଛି । ଟ୍ରକ ଡ୍ରାଇଭରର ଏଯାଏ ପତା ମିଳୁନି । କଳାହାଣ୍ଡି ପଟୁ ବଳାଙ୍ଗୀରକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବ୍ରିଜର ବାଡ ଭାଙ୍ଗି ଟ୍ରକଟି ନଦୀକୁ ଖସିପଡିଛି । ରାତିରେ ଅଗ୍ନିଶମ ବିଭାଗ ଆସି ଖୋଜାଖୋଜି କରୁଥିଲେ , କିନ୍ତୁ କୌଣସି ପତା ମିଳିନଥିଲା । ଏବେ ପୁଣି ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଚାଳିଛି ।

publive-image

ଗତକାଲି ବିଳମ୍ବିତ ରାତିରେ ତେଲ ନଦୀ ପୋଲ ଉପରୁ ଏକ କୋଇଲା ବୋଝେଇ ଟ୍ରକ୍ ତଳକୁ ଖସି ପଡିଥିଲା। ଟ୍ରକଟି ଏମ୍ ରାମପୁର (କଳାହାଣ୍ଡି)ରୁ କୋଇଲା ନେଇ ବଲାଙ୍ଗୀର ଆଡ଼କୁ ଆସୁଥିଲା।ତେବେ ଟ୍ରକରେ ଥିବା ଡ୍ରାଇଭର ଓ ହେଲପରଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହଁ ।

publive-image

କୁହାଯାଉଛି ଯେ ଏଥିରେ କେହି ହେଲପର୍ ନଥିଲେ କେବଳ ଡ୍ରାଇଭର୍ ଟ୍ରକ ନେଇ ଆସୁଥିଲେ। ସେ ଟ୍ରକ୍ ଭିତରେ ଅଛନ୍ତି ନା ସୁରକ୍ଷିତ ଭାବେ ବାହାରି ପଳାଇଛନ୍ତି, ତାହା ଜଣାପଡ଼ିନାହିଁ। ସ୍ଥାନୀୟ ଲୋକେ ଏସଂପର୍କରେ ପୁଲିସକୁ ଖବର ଦେବାପରେ ଘଟଣାସ୍ଥଳରେ ପହଞ୍ଚି ଥିଲା। ପରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ, ହେଲେ ରାତିରେ ଡ୍ରାଇଭରଙ୍କୁ ପାଇ ନଥିଲେ।ଏବେ ବି ସେଠାରେ ଉଦ୍ଧାର କାମ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe