ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ମାଲିକ ବର୍ଷକୁ ଦରମା ଦିଅନ୍ତି ୭୨ ଲକ୍ଷ ଟଙ୍କା, ଜାଣନ୍ତୁ କାହିଁକି ?

306

କନକ ବ୍ୟୁରୋ : ବ୍ରିଟେନର ସୁପରମାର୍କେଟରେ ଜଣେ ମାଲିକ ତାଙ୍କ ଟ୍ରକର ଡ୍ରାଇଭରଙ୍କୁ ଏତେ ଦରମା ଦିଅନ୍ତି ଯେ ଭାରତରେ ଜଣେ ଉଚ୍ଚ ପଦସ୍ତ କର୍ମଚାରୀ ତାଙ୍କ ଚାକିରୀ କାଳରେ ମାସକୁ ସେତିକି ପରିମାଣର ଦରମା ପାଇବା ସ୍ୱପ୍ନ ହୋଇଥାଏ ।

ସୂଚନା ମୁତାବକ ବ୍ରିଟେନର ଏକ ସୁପର ମାର୍କେଟରେ ଜଣେ ମାଲିକ ତାଙ୍କ ଡେଲିଭରି ଟ୍ରକର ଡ୍ରାଇଭରକୁ ମାସକୁ ୭୦ ହଜାର ପାଉଣ୍ଡ (ଭରତୀୟ ମୁଦ୍ରାରେ ପାଖା ପାଖି ୭୦,୮୮,୫୧୫ ଟଙ୍କା) ଦେଇଥାନ୍ତି । କେବଳ ସେତିକି ନୁହେଁ ୨ ହଜାର ପାଉଣ୍ଡ (ଭାରତୀୟ ମୁଦ୍ରାରେ ପାଖା ପାଖି ୨,୦୨,୬୧୨ ଟଙ୍କା) ବୋନଓ ବି ଦେଇଥାନ୍ତି । ହେଲେ ଏମିତି ଏତେ ପରିମାଣର ଟଙ୍କା ଜଣେ ମାଲିକ ଜଣେ ଡ୍ରାଇଭରଙ୍କୁ କାହିଁକି ଦିଅନ୍ତି ତାହା ହିଁ ପ୍ରଶ୍ନବାଚୀ ।

ଟେକ୍ସୋ ଓ ସେଂସବରୀ ଭଳି କମ୍ପାନୀମାନେ ଟ୍ରକ୍ ଡ୍ରାଇଭର ମାନଙ୍କୁ ଭଲ ଦରମା ଦେବାକୁ ଅଫର କରିଥାନ୍ତି । କାରଣ ବ୍ରିଟେନର ରାଷ୍ଟ୍ରୀୟ ସ୍ତରରେ ୧ ଲକ୍ଷ ଡ୍ରାଇଭର କମ ରହିଛନ୍ତି । ଏହି ବୃତ୍ତିରେ ଅନୁଭବି ଲୋକଙ୍କୁ ସୁପର ମାର୍କେଟର ଷ୍ଟାଫ ଭାବେ ରଖିବାକୁ ତାଙ୍କ ସେବା ବଦଳରେ ଲକ୍ଷ ଲକ୍ଷ ଟଙ୍କା ମାସିକ ଦରମା ଦେବାର ଲୋଭ ଦେଖାଇଥାନ୍ତି କମ୍ପାନୀମାନେ ।

୧୭ ବର୍ଷ ଧରି ଟ୍ରକ ଚଳାଉଥିବା ବୈରୀ ନାମକ ଜଣେ ଟ୍ରକ୍ ଡ୍ରାଇଭର ଦାବି କରିଛନ୍ତି କି ଗୋଟିଏ ଏଜେନ୍ସି ପାଖରେ ୨ ବର୍ଷର କାମ କରିବାକୁ ଚୁକ୍ତି କରିବା ପରେ ତାଙ୍କୁ ୨ ହଜାର ପାଉଣ୍ଡ ବୋନସ ଦେବାକୁ ସେହି ଏଜେନ୍ସି ଚୁକ୍ତି କରିଛି ।

ବିବିସି-୫ ସହିତ ଏକ ଆଲୋଚନା ବେଳେ ସେ କହିଥିଲେ କି ତାଙ୍କୁ ଗୋଟିଏ ସପ୍ତାହରେ ମୋଟ ୫ ରାତି ଗାଡି ଚଳାଇବାକୁ ଚୁକ୍ତି କରାଯାଇଛି । ଅନ୍ୟପଟେ ସେ ଯଦି ଶନିବାର ଗାଡି ଚଳାଇବେ ତେବେ ତାଙ୍କୁ ତାଙ୍କ ମଜୁରୀର ଦେଢଗୁଣା ଓ ରବିବାର କାମ କଲେ ମଜୁରୀର ଦୁଇଗୁଣା ମିଳିବ ବୋଲି ଚୁକ୍ତି କରାଯାଇଛି । ବୈରୀ କହିଛନ୍ତି କି “ମୋତେ ସନ୍ଦେହ ହେଉଛି କି ମୋ ମାଲିକ ବାର୍ଷିକ ଏତେ ଟଙ୍କା ରୋଜଗାର କରୁଥିବେ, ଯାହା ସେ ମୋତେ ଦରମା ଆକାରରେ ଦେଉଛନ୍ତି । ”