ଇଂରାଜୀରେ ଗୋଟିଏ କଥା ଅଛି ‘ନେଭର ଗିଭ୍ ଅପ୍’ । ଏହା କହିବାର ଅର୍ଥ ହେଉଛି ଜୀବନରେ କେବେବି ହାର ମାନନ୍ତୁ ନାହିଁ । ମଣିଷର ବୟସ ବଢିବା ସାଙ୍ଗେ ସାଙ୍ଗେ ନିଜ ଭିତରେ ଥିବା ଆତ୍ମବିଶ୍ୱସବି କମିବାରେ ଲାଗିଥାଏ । ବୟସ ବଢିବା ସାଙ୍ଗକୁ କିଛି କରିବାର ଇଚ୍ଛାଶକ୍ତି ମଧ୍ୟ ମରିଯାଇଥାଏ । କିନ୍ତୁ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯାହା ସମାଜ ପାଇଁ, ଖାସ କରି ଯୁବପୀଢିଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।

ଏହି କାହାଣୀ ହେଉଛି ଝାଡଖଣ୍ଡର ଏକ ଟ୍ରକ୍ ଡ୍ରାଇଭରଙ୍କର । ଏହି ଟ୍ରକ୍ ଚାଳକଙ୍କ ନାଁ ହେଉଛି ରାଜେଶ୍ ରୱାନୀ । ରାକେଶଙ୍କର ମାସିକ ରୋଜଗାର ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରାଜେଶ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତି । ଟ୍ରକ୍ ଚଳାଇବା ସହ ରାଜେଶଙ୍କର ୟୁଟ୍ୟୁବ୍ ନିଶା ମଧ୍ୟ ରହିଥିଲା । ଯାହା ତାଙ୍କୁ ଏବେ ପପୁଲାର୍ କରିଦେଇଛି । ଏବେ ୟୁଟ୍ୟୁବରେ ରାଜେଶଙ୍କର ପାଖାପାଖି ୨ ମିଲିୟନ୍ ସବସକ୍ରାଇଭର୍ ରହିଛନ୍ତି । ଏଥିରୁ ଏତେ ଟଙ୍କା ରୋଜଗାର କରୁଛନ୍ତି ଯେ, ସେ ତାଙ୍କ ପାଇଁ ୧କୋଟିର ଏକ ଘର ନିର୍ମାଣ କରିଛନ୍ତି ।

ୟୁଟ୍ୟୁବରେ ରାଜେଶଙ୍କର ଏକ ବ୍ଲଗ୍ ଚ୍ୟାନେଲ ରହିଛି । ରାଜେଶ୍ ଟ୍ରକ୍ ଚଳାଇବା ସହ ଟ୍ରକରେ ରୋଷେଇ କରି ୟୁଟ୍ୟୁବରେ ବ୍ଲଗ୍ କରନ୍ତି । ଆଉ ଏଥିରୁ ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତି । ପ୍ରଥମେ ପ୍ରଥମେ ରାଜେଶ ଟ୍ରକ୍ ଚଳାଇବାବେଳେ ଘର ଲୋକଙ୍କୁ ରୋଷେଇ କରିବାର ଭିଡିଓ କରି ପଠାଉଥିଲେ । ପରେ ସେହି ଭିଡିଓକୁ ୟୁଟ୍ୟୁବରେ ଅପଲୋଡ୍ ହୋଇଥିଲା । କିନ୍ତୁ ରାଜେଶ ଏହି ଭିଡିଓ ୟୁଟ୍ୟୁବରେ ଅପଲୋଡ୍ କରିନଥିଲେ, ରାଜେଶଙ୍କ ଦୁଇ ପୁଅ ବାପାଙ୍କ ଅଜାଣତରେ ଏହି ଭିଡିଓ ଗୁଡିକୁ ୟୁଟ୍ୟୁବରେ ଅପଲୋଡ କରିଥିଲେ । ପ୍ରତିଟି ଭିଡିଓରେ ଭଲ ରିଆକସନ୍ ଆସିବା ପରେ ଅଧିକ ଭିଡିଓ ବନାଇବାକୁ ବାପାଙ୍କୁ କହିଥିଲେ ଦୁଇ ପୁଅ । କିନ୍ତୁ ଗାଡି ଚଲାଇବା ସହ ଭିଡିଓ କରି ପଠାଇବା ରାଜେଶଙ୍କ ପାଖରେ ସମ୍ଭବ ନଥିଲା । ତେଣୁ ରାଜେଶଙ୍କ ପୁଅ ସାଗର ଟ୍ରକରେ ଯିବା ଆସିବା କରି ବାପାଙ୍କ ଭିଡିଓ ବନାଇଥିଲେ । ସେବେଠୁ ଆଜି ଯାଏଁ ରାଜେଶଙ୍କ ଭିଡିଓ ଧିରେ ଧିରେ ଲୋକପ୍ରିୟ ହେବାରେ ଲାଗିଛି ।

ରାଜେଶ୍ କୁହନ୍ତି, ସେ ପ୍ରଥମେ ବ୍ଲଗରେ ନିଜର ମୁହଁ ଲୁଚାଇ କେବଳ ଭଏଜ୍ ଜରିଆରେ ଭିଡିଓ କରୁଥିଲେ କିନ୍ତୁ ପରେ ଯେବେ ଭିଡିଓରେ ନିଜର ଫେସ୍ ଆଣିଲେ ସେବେ ସେ ଭାଇରାଲ୍ ହେବାରେ ଲାଗିଲେ । ଗୋଟେଦିନ ଗୋଟେ ଭିଡିଓରେ ପ୍ରଥମଥର ପାଇଁ ସାଢେ ୪ଲକ୍ଷ ଭିୟୁ ଆସିଲା, ଭିଡିଓର ଟାଇଟଲରେ ରଖାଯାଇଥିଲା ‘ମେ ହୁଁ ରାଜେଶ’...

ରାଜେଶଙ୍କ କହିବା ଅନୁସାରେ ୨୦୨୧ରେ ସେ ୟୁଟ୍ୟୁବ୍ ସହ ଯୋଡିହୋଇଥିଲେ । ଆଉ ମାତ୍ର ୨ରୁ ୩ବର୍ଷ ମଧ୍ୟରେ ପପୁଲାର୍ ହୋଇଗଲେ । ୟୁଟ୍ୟୁବରୁ ରୋଜଗାର ହେଉଥିବା ଟଙ୍କାରେ ୧୨ଲକ୍ଷ ଟଙ୍କା ଦେଇ ନିଜର ଏକ ଟ୍ରକ୍ କିଣିଲେ । କେବଳ ଏତିକି ନୁହେଁ ୟୁଟ୍ୟୁବରୁ ରୋଜଗାର ଟଙ୍କାରେ ଏକ ଆଲିସାନ୍ ଘର ମଧ୍ୟ କରିପାରିଛନ୍ତି । ତେବେ କେବଳ ୟୁଟ୍ୟୁବରୁ ରାକେଶ୍ ଏବେ ସୁଦ୍ଧା ରୋଜଗାର କରିସାରିଲେଣି ୬କୋଟି ଟଙ୍କା । ପ୍ରତିମାସରେ ୪-୧୦ ଲକ୍ଷ ଟଙ୍କା କେବଳ ୟୁଟ୍ୟୁବରୁ କରୁଛନ୍ତି ରୋଜଗାର ।